ବିନା କପଡ଼ାରେ ପବ୍ ଇଭେଣ୍ଟରେ ସାମିଲ ହେବେ ଲୋକେ, ଏମିତି କରିବେ ମସ୍ତି

ଅଷ୍ଟ୍ରେଲିଆର ସିଡ୍‌ନୀରେ ଥିବା ଏକ ପବ୍ ‘ସଣ୍ଡେ ସେଶ୍‌’ ନାମକ ଏକ ଅଜବ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି, ଯେଉଁଠି ଲୋକେ ବିନା କପଡ଼ାରେ ଆସିବେ, ଖାଇବେ, ପିଇବେ ଆଉ ମସ୍ତି କରିବେ। ୨୭ ଅକ୍ଟୋବର, ରବିବାର ଏହି ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ଜଣଙ୍କୁ ୨୧୦୦ ଟଙ୍କାର ଟିକେଟ କିଣିବାକୁ ପଡ଼ିବ।

ଏକ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି, ସମ୍ପୂର୍ଣ୍ଣ ରୂପେ ନେକେଡ୍ ହୋଇ ଲୋକେ ଖାଦ୍ୟପେୟର ମଜା ନେବେ। ପବ୍‌କୁ ଆସିବାକୁ ଥିବା ଲୋକଙ୍କୁ କ୍ୟାଶ୍ ଏବଂ କ୍ରେଡିଟ୍ କାର୍ଡ ରଖିବା ପାଇଁ ପ୍ଲାଷ୍ଟିକ୍‌ର ପ୍ୟାକେଟ୍ ଦିଆଯିବ। ଏହାପରେ ଲୋକେ ଚେଞ୍ଜିଙ୍ଗ୍ ରୁମ୍‌କୁ ଯାଇ ନିଜ ନିଜ ଡ୍ରେସ୍ ଓହ୍ଲାଇବେ। ସେମାନଙ୍କୁ ଗୋଟିଏ ଗୋଟିଏ ବ୍ୟାଣ୍ଡ ଦିଆଯିବ, ଯଦ୍ଦ୍ଵାରା ଏହା ଜଣାପଡ଼ିବ କି ସେମାନେ ନିଜ ଫଟୋ ଉଠାଇବାକୁ ପସନ୍ଦ କରିବେ କି ନାହିଁ।

pub2

ଏହାସହ ପଢ଼ନ୍ତୁ: ବିଶ୍ୱର ଏହି ସ୍ଥାନରେ ପ୍ରତିବର୍ଷ ଜନ୍ମ ନିଅନ୍ତି ୩୦ ଲକ୍ଷ ବିଷଧର ସାପ!

ଏହା ପୂରାପୂରି ନନ୍‌-ସେକ୍ସୁଆଲ୍ ଇଭେଣ୍ଟ ହେବ। ଏଥିରେ ସାମିଲ ହେବାକୁ ଥିବା ଲୋକଙ୍କୁ ସମସ୍ତ ନିୟମ ପାଳନ କରିବାକୁ ପଡ଼ିବ। ବାର୍ ତରଫରୁ କୁହାଯାଇଛି ଯେ ପୂର୍ବରୁ ଏହି ପ୍ରକାର ଇଭେଣ୍ଟ ଲଣ୍ଡନ, ଫ୍ରାନ୍ସ ଓ ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇସାରିଛି। ଏବେ ସିଡ୍‌ନୀରେ ହେବାକୁ ଯାଉଛି। ଯଦି କୌଣସି ବ୍ୟକ୍ତି ଅଜବ ବ୍ୟବହାର କରନ୍ତି, ତା’ହେଲେ ତାଙ୍କୁ ଇଭେଣ୍ଟରୁ ବାହାର କରିଦିଆଯିବ। ହୋଟେଲ ଷ୍ଟାଫ୍‌ମାନେ ସ୍ୱାସ୍ଥ୍ୟ ସୁରକ୍ଷା କାରଣରୁ ଇଭେଣ୍ଟ ସମୟରେ ନିଜ ଡ୍ରେସ୍‌ରେ ରହିବେ। ପବ୍ ଇଭେଣ୍ଟ ‘ସଣ୍ଡେ ସେଶ୍‌’କୁ ନୂଆ ଅନୁଭବ ପ୍ରଦାନକାରୀ ଇଭେଣ୍ଟ ବୋଲି ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.