ପବଜି ପ୍ରେମରେ ପାଗଳ ! ଗେମ ଅପଡେଟ କରିବା ପାଇଁ ପିତାଙ୍କ ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଗାଏବ କଲା ପୁଅ

ଭାରତ ସରକାର ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି । ଟିକ ଟକ ପରେ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ ଆପ ହେଉଛି ପବଜି ।ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରୁ ଏହି ଆପକୁ ହଟାଇବା ନେଇ ଦାବି ହେଉଛି । କିନ୍ତୁ ଚୀନର ଆପ ହୋଇଥିବା କାରଣରୁ ଏହା ଉପରେ ରୋକ ଲଗାଇବା ନେଇ ଦାବି ହେଉନି । ଏହା ପଛରେ ଲୋକଙ୍କ ପବଜି ପ୍ରତି ଥିବା ପାଗଳପଣକୁ ଦାୟୀ କରାଯାଉଛି | ଏନେଇ ଅନେକ ବିସ୍ମିତ କରିଦେବା ଭଳି ଘଟଣା ବି ସାମ୍ନାକୁ ଆସିବାରେ ଲାଗିଛି । ଏହି ନିକଟରେ ପଞ୍ଜାବର ଖରଡ଼ ଠାରେ ଘଟିଥିବା ଏକ ଘଟଣା ଶୁଣି ଆପଣ ବିଶ୍ୱାସ କରିପାରିବେ ନାହିଁ । ୧୭ ବର୍ଷୀୟ ବାଳକ ପବଜି ପ୍ରେମରେ ପଡି ନିଜ ପିତାଙ୍କ ଆକାଉଣ୍ଟରୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହିଁ । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ମେଡିକାଲ ବାବଦରେ ଖର୍ଚ୍ଚ କରିବାକୁ ପିତା ଏହି ଟଙ୍କା ରଖିଥିଲେ ।

pubji game

ଯାହାକୁ ପବଜି ପାଗଳ ପୁଅ ନିଜ ପବଜି ଗେମ ଆକାଉଣ୍ଟକୁ ଅପଡେଟ କରିବାରେ ଖର୍ଚ୍ଚ କରିଦେଇଛି । ଖାଲି ନିଜର ନୁହେଁ ସାଙ୍ଗ ମାନଙ୍କ ଆକାଉଣ୍ଟ ଅପଡ଼େଟ ବାବଦରେ ବି ଏହି ଟଙ୍କା ଖର୍ଚ୍ଚ କରିଛି ପୁଅ । ବ୍ୟାଙ୍କ ତରଫରୁ ଜାରି ହୋଇଥିବା ଷ୍ଟେଟମେଣ୍ଟରୁ ଏସମ୍ବନ୍ଧରେ ପ୍ରଥମେ ଜଣାପଡିଥିଲା । ସୂଚନା ଦେବା ଯୋଗ୍ୟକି, ପିଲା ଟିର ପିତା ଜଣେ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ । ତାଙ୍କର ମଧ୍ୟ ଏକ ମେଡିକାଲ ହିଷ୍ଟ୍ରୀ ରହିଛି । ଚାକିରୀ କାରଣରୁ ତାଙ୍କୁ ଅଧିକାଂଶ ସମୟରେ ଘରଠାରୁ ଦୂରରେ ରହିବାକୁ ପଡିଥାଏ । ସେପଟେ ମା’ ଓ ପୁଅ ଏକାଠି ଗାଁରେ ରୁହନ୍ତି । ପିଲାଟି ସମସ୍ତ ଟ୍ରାଞ୍ଜାକ୍ସନ ମା’ଙ୍କ ଫୋନରୁ କରିଥିବା ଜଣାଯାଇଛି । ତଥ୍ୟରୁ ଏହା ବି ଜଣାଯାଇଛିଯେ, ଘର ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏକ ମୋବାଇଲ ରିପାୟାରିଙ୍ଗ ଦୋକାନରେ କାମ କରୁଛି ବୋଲି କହି ଘରୁ ପଦାକୁ ବାହାରିଥାଏ ।

ସେ ଦିନ ତମାମ କେବଳ ପବଜି ଗେମ ହିଁ ଖେଳିଥାଏ । ପାଠ ପଢ଼ାରେ ଡିଷ୍ଟର୍ବ ହେବ ବୋଲି ପିତା ପୁଅ ପାଇଁ ଫୋନ କିଣିନଥିବା ବେଳେ ପୁଅ ପବଜି ଖେଳିବା ପାଇଁ ଏପରି ଏକ ଉପାୟ ବାଛି ନେଇଥିଲା । ଅବଶ୍ୟ ପବଜିକୁ ନେଇ ଏପରି ପାଗଳାମି ଘଟଣା ନୂଆ ନୁହେଁ । ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି । କିଛି ଦିନ ତଳେ ହିଁ ଏକ ପିଲା ଖେଳରେ ଏମିତି ମଜ୍ଜି ଯାଇଥିଲାକି, ପାଣି ବଦଳରେ ଏସିଡ ପିଇଦେଇଥିଲା । ଜାମ୍ମୁ -କାଶ୍ମୀରର ଏକ ବାଳକର ମାନସିକ ଅବସ୍ଥା ବି ଏହି ପବଜି କାରଣରୁ ବିଗିଡି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.