ଆମେରିକାରେ ଦୋକାନ ଭିତରେ ପଶି ପଞ୍ଜାବୀ ଯୁବକଙ୍କୁ ଗୁଳି କରି ହତ୍ୟା! ଡରାଇ ଦେବ ଦିନ ଦ୍ୱିପ୍ରହରର ଏହି ଭିଡିଓ

ଆମେରିକାର ଜର୍ଜିଆରେ ଦିନ ଦ୍ୱିପ୍ରହରରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଖବରରୁ ଜଣାପଡ଼ିଛି, ଭାରତୀୟ ମୂଳର ଏହି ଯୁବକ ଜର୍ଜିଆରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ତାଙ୍କୁ ତାଙ୍କ ଦୋକାନ ଭିତରେ ପଶି ହିଁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ପରମବୀର ସିଂ ବୋଲି ଜଣାପଡିଛି। ଏହି ହୃଦୟବିଦାରକ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

୧ ମିନିଟ୍‌ ୩୦ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖାଯାଉଛି କି, ଯେମିତି ହିଁ ଆକ୍ରମଣକାରୀ ଦୋକାନ ଭିତରେ ପ୍ରବେଶ କରୁଛନ୍ତି, ତ ସେ ପରମବୀରଙ୍କୁ ପ୍ରଥମେ ବନ୍ଧୁକ ଦେଖାଉଛନ୍ତି। ଏହାପରେ ବନ୍ଧୁକ ମୁନରେ ଯାହା ମାଗୁଛନ୍ତି, ପରମବୀର ସେଗୁଡ଼ିକୁ ଗୋଟି ଗୋଟି ଦେଉଛନ୍ତି। ଏହି ସମୟରେ ହଠାତ୍‌ ବନ୍ଧୁକଧାରୀ ଆକ୍ରମଣକାରୀ କାଉଣ୍ଟରରେ ପ୍ରବେଶ କରି ପରମବୀର ସିଂଙ୍କୁ ଗୁଳି କରି ହତ୍ୟା କରୁଛନ୍ତି।

ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି। ତେବେ ଯିବା ପୂର୍ବରୁ ସେ ଗ୍ରୋସରୀ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ସମ୍ବନ୍ଧିତ ଡିଭାଇସ୍‌ଗୁଡ଼ିକୁ ଜୋର୍‌ରେ ଛିଣ୍ଡାଇ ନେଉଛନ୍ତି। ରିପୋର୍ଟ ମୁତାବକ, ପରମବୀର ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅଭିଯୁକ୍ତ କ୍ରିସ କୋପ୍‌ଲ୍ୟାଣ୍ଡ (୨୬)ଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ପରମବୀରଙ୍କ ବାପା ହରଦୟାଲ ସିଂ କହିଛନ୍ତି ଯେ ତାଙ୍କ ପୁଅର ମୃତଦେହକୁ ପୈତୃକ ଗ୍ରାମକୁ ଅଣାଯାଉଛି। ସେ ନିଜ ବାପା, ମାଆଙ୍କର ଏକମାତ୍ର ପୁଅ ଥିଲେ। କହି ରଖୁଛୁ, ଏହା ପୂର୍ବରୁ ଅଗଷ୍ଟ ୨୦୨୧ରେ ଜର୍ଜିଆରେ ହିଁ ଜଣେ ଆମେରିକୀୟ କରନଜିତ୍‌ ସିଂ ନାମକ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.