Below header

ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ଗାଧାନ୍ତି ପୁଟିନ! ଯାତ୍ରା ସମୟରେ ପାଖରେ ରୁହନ୍ତି କ୍ୟାନସର ବିଶେଷଜ୍ଞ…ରିପୋର୍ଟରୁ ଖୁଲାସା

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ଏକ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏକ ଅଜବ ପ୍ରକାର ଖୁଲାସା ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପୁଟିନ ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ନିୟମିତ ସ୍ନାନ କରନ୍ତି ଏବଂ ଯାତ୍ରା ସମୟରେ ଜଣେ କ୍ୟାନସର ବିଶେଷଜ୍ଞଙ୍କୁ ପାଖରେ ରଖି ଥାଆନ୍ତି।

ଦାବି ମୁତାବକ, ପୁଟିନ ଉପାୟ କରି ନିଜ ଶାରୀରିକ ବଳକୁ ବଢ଼ାଇବା ପାଇଁ ପ୍ରୟାସ କରନ୍ତି। ଏହାଦ୍ୱାରା ତାଙ୍କର ତାକତ୍‌ ବଢ଼ିଥାଏ। ଆଉ ସେ ଯେଉଁଠାକୁ ବି ଯାଆନ୍ତି, ତାଙ୍କ ସହିତ ଜଣେ କ୍ୟାନସର ବିଶେଷଜ୍ଞ ଥାଆନ୍ତି। ପୁଟିନ ଗତ କିଛିଦିନ ହେବ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଯାଇଛନ୍ତି।

ପୁଟିନ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲ ଡାକ୍ତରଙ୍କ ସହିତ ସୋଚି ରିସୋର୍ଟ ସହରକୁ ଲଗାତାର ଯାତ୍ରା କରୁଛନ୍ତି। ଏହି ଡାକ୍ତରୀ ଟିମ୍‌ରେ ଜଣେ କ୍ୟାନସର ବିଶେଷଜ୍ଞ ଅଛନ୍ତି, ଯାହାଙ୍କ ନାଁ ଏଭ୍‌ଗେନୀ ସେଲିଭାନୋଭ। ସେ ୨୦୧୬ ଏବଂ ୨୦୨୦ ମଧ୍ୟରେ ପୁଟିନଙ୍କ ସହିତ ମୋଟ ୧୬୬ ଦିନ ବିତାଇଛନ୍ତି।

ରିପୋର୍ଟ ଅନୁସାରେ, ପୁଟିନ ସ୍ୱାସ୍ଥ୍ୟଜନିତ ଏକ ଜଟିଳ ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଏହି କାରଣରୁ ସେ ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଅନେକ ବାର ଗାଧୋଇଥିଲେ। ଏହା ପରଠାରୁ ଏଣ୍ଟଲର ବାଥ୍‌ ରୁଷୀୟ ଅଭିଜାତ ବର୍ଗ ମଧ୍ୟରେ ଲୋକପ୍ରିୟ ହୋଇଗଲା। ବିଶ୍ୱାସ କରାଯାଉଛି, ହରିଣ ଶିଙ୍ଗର ରକ୍ତ ହୃଦ୍‌ ପ୍ରଣାଳୀରେ ସୁଧାର ଆଣିଥାଏ ଏବଂ ତ୍ୱଚାକୁ ଜୀବନ୍ତ କରିଥାଏ। ଏତିକି ନୁହେଁ, ଏହା ପୁରୁଷତ୍ୱ ଶକ୍ତିକୁ ବଢ଼ାଇଥାଏ ବୋଲି ଏଥିରେ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.