ପ୍ରେମିକାକୁ ଦୁଷ୍କର୍ମ ପରେ ୧୧୧ ଥର ଛୁରି ମାରି ହତ୍ୟା କରିଥିବା ଅପରାଧୀକୁ ମୁକ୍ତ କରିଦେଲେ ପୁଟିନ

୧୭ ବର୍ଷ ଜେଲ ଦଣ୍ଡ ପାଇଥିବା ଜଣେ ଜଘନ୍ୟ ଅପରାଧୀକୁ କ୍ଷମା କରିଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ପୁରସ୍କାର ସ୍ୱରୁପ ତାକୁ ଦେଇଛନ୍ତି ଜୀବନ ଦାନ । ଖାଲି ସେତିକି ନୁହେଁ ତା’ର ସମସ୍ତ ଅପରାଧୀକ ରେକର୍ଡକୁ ମଧ୍ୟ ସଫା କରିଦେଇଛନ୍ତି । କାରଣ ହେଉଛି ସେ ୟୁକ୍ରେନ ଯୁଦ୍ଧରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲା ।

୧୭ ବର୍ଷ ଜେଲ ଦଣ୍ଡ ପାଇଥିବା ଜଣେ ଜଘନ୍ୟ ଅପରାଧୀକୁ କ୍ଷମା କରିଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ପୁରସ୍କାର ସ୍ୱରୁପ ତାକୁ ଦେଇଛନ୍ତି ଜୀବନ ଦାନ । ଖାଲି ସେତିକି ନୁହେଁ ତା’ର ସମସ୍ତ ଅପରାଧୀକ ରେକର୍ଡକୁ ମଧ୍ୟ ସଫା କରିଦେଇଛନ୍ତି । କାରଣ ହେଉଛି ସେ ୟୁକ୍ରେନ ଯୁଦ୍ଧରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲା ।

ଏମିତି ଏକ ହୃଦୟ ବିଦାରକ ଖବର ଶୁଣି ଯେ କେହି ବି କ୍ଷଣିକ ପାଇଁ ମର୍ମାହତ ହୋଇଯିବେ । ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ହେଉଛି ଭ୍ଲାଦିସ୍ଲାଭ କାନ୍ୟୁସ(୨୭) । ସେ ତା’ର ପୂର୍ବତନ ପ୍ରେମିକା ଭେରା ପେକଥେଲେଭା (୨୩) କୁ ଦୁଷ୍କର୍ମ କରିଥିଲା । ପରେ ଛୁରୀ ସାହାଯ୍ୟରେ ତାକୁ ଦୀର୍ଘ ୩ ଘଣ୍ଟା କାଳ ଯନ୍ତ୍ରଣା ଦେଇ କଲବଲ କରି ମାରିଥିଲା । ପ୍ରେମିକାକୁ ଦୁଷ୍କର୍ମ କରିବା ପରେ ଏକ ଛୁରୀ ସାହାଯ୍ୟରେ ତାଙ୍କର ଶରୀରରେ ୧୧୧ ଥର କାଟିବା ପରେ ଏକ ଲୁହା ଦଉଡିରେ ବେକ ଚିପି ମାରିଥିବା ଜଣାପଡିଥିଲା ।

ପ୍ରେମିକାକୁ ଦୀର୍ଘ ସାଢ଼େ ୩ ଘଣ୍ଟା ୧୧୧ ଥର ଛୁରୀରେ କାଟିଯନ୍ତ୍ରଣା ଦେଉଥିଲା ବେଳେ ଝିଅର ଚିତ୍କାର ଶୁଣି ପଡିଶା ଲୋକେ ପୋଲିସକୁ ୭ ଥର ଫୋନ କରିଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଝିଅଟି ଆଖି ବୁଜିଥିଲେ ।

କୋର୍ଟ ଏହି ଅପରାଧକୁ ଏକ ସ୍ୱତନ୍ତ୍ର ଶ୍ରେଣୀର ନିଷ୍ଠୁର ଅପରାଧ ମାନ୍ୟତା ଦେବା ସହ ଦୋଷୀକୁ ୧୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ହେଲେ ରାଷ୍ଟ୍ରପତି ପୁଟନି ତାକୁ କ୍ଷମା ଦେବା ସହ ତାକୁ ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ସେନାରେ ନିଯୁକ୍ତି କ ରିଥିଲେ ।

ଏହି ଘଟଣା ପରେ ଝିଅର ମା’ ଭାଙ୍ଗିପଡିଛନ୍ତି । ନ୍ୟାୟ ପାଇଁ କାହାର ଶରଣାପନ୍ନ ହେବେ ତାହା ସେ ବୁଝି ପାରୁ ନାହାଁନ୍ତି । ଏବେ ଝିଅର ମା’ କେବଳ ଯନ୍ତ୍ରଣାରେ ସମୟ ଅତିବାହିତ କରୁଛନ୍ତି । ତାଙ୍କ ଝିଅକୁ ନ୍ୟାୟ ମିଳିବ କିପରି ଓ ଝିଅର ଆତ୍ମା ଶାନ୍ତି ପାଇବ କିପରି ବୋଲି । ଏହି ଘଟଣା ସାରା ସହରରେ ଆଲୋଡନ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.