ଆମେରିକାରେ ମୁଣ୍ଡ ଟେକୁଛି ବିଦ୍ରୋହ, ରଙ୍ଗଭେଦକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ

କରୋନା ମହାମାରୀ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁବରଣ ହୋଇସାରିଲାଣି। ଅନ୍ୟ ପଟେ ଜଣେ କୃଷ୍ଣକାୟ ନାଗରିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ୱେତ ପୁଲିସ୍ ଅଧିକାରୀଙ୍କ ହତ୍ୟାର ଶିକାର ହେବା ପରେ କୃଷ୍ଣକାୟମାନଙ୍କର ବିଦ୍ରୋହ ମୁଣ୍ଡ ଟେକୁଛି। ଦେଶରେ ଏଥିପାଇଁ ବିରୋଧ ପ୍ରଦର୍ଶନ ଏବଂ ହିଂସା ହେଉଛି। ଏହି ମାମଲା ବଢୁଥିବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆର୍ମିକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

us

ସୂଚନାଯୋଗ୍ୟ, ଗୁରୁବାର ଜର୍ଜ ଫ୍ଲଏଡ୍(୪୬) ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ପୋଲିସ ହାଜତରେ ମୃତ୍ୟୁ ହୋଇଥିଲା। ଏହି ହତ୍ୟା ଜଣାପଡ଼ିବା ପରେ ମିନିଆପଲିସ୍ ଅଞ୍ଚଳରେ ପ୍ରତିବାଦ ହୋଇଥିଲା। ଘଟଣାକୁ ନେଇ ଲୋକଙ୍କ ରାଗ ସେତେବେଳେ ବଢିଲା, ଯେତେବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଗୋରା ପୁଲିସ୍ ଅଧିକାରୀ ଜଣେ କଳା ଲୋକଙ୍କ ବେକକୁ ନିଜ ଆଣ୍ଠୁରେ ମାଡ଼ିବସିଥିଲେ। କଳାଲୋକ ଜଣକ ପ୍ରଶ୍ୱାସରେ କଷ୍ଟ ହେଉଛି ବୋଲି ନେହୁରା ହେଲେ ସୁଦ୍ଧା ଗୋରାଅଧିକାରୀ ଜଣକ ଛାଡ଼ି ନଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

america

ଜଜ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ପୁଣି ଥରେ କୃଷ୍ଣକାୟ ଏବଂ ଶ୍ୱେତଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଇଛି। ଭିଡିଓ ଭାଇରାଲ ହେବା ପରେ ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଜଜ୍‌ଙ୍କ ମୃତ୍ୟୁ ପରେ ଲୋକେ ନ୍ୟାୟ ଦାବିରେ ରାସ୍ତାକୁ ଆସିଛନ୍ତି।

ପୋଲିସ କହିବା ମୁତାବକ, ଜର୍ଜ ୨୦ ଡଲାର (୧୫୦୦ ଟଙ୍କା)ର ଏକ ଜାଲ ନୋଟ ଜରିଆରେ ଦୋକାନରୁ କିଛି ଜିନିଷ କିଣିଥିବା ଅଭିଯୋଗ ହୋଇଥିଲା। ପୋଲିସ ଜର୍ଜଙ୍କୁ ଗିରଫ କରୁଥିବା ବେଳେ ଜର୍ଜ ନିଜକୁ ଗିରଫ ହେବାକୁ ଦେଇନଥିଲେ। ଯାହା ପରେ ପୋଲିସ ଏପରି ବଳ ପ୍ରୟୋଗ କରି ଗିରଫ କରିବାକୁ ବାଧ୍ୟ ହୋଇଥିଲା। ଏହି ଭିଡିଓ ଭାଇରଲ ହେବା ପରେ ଓ୍ଵାଶିଂଟନ, ନ୍ୟୁୟର୍କ, କାଲିଫର୍ଣ୍ଣିଆରେ ସମେତ ଅନେକ ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ବିରୋଧକୁ ଏତେ ମାତ୍ରାରେ ଥିବା ଯେ, ଏହାକୁ ରୋକିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋ ଗକରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.