Below header

ପାର୍ଲରରେ ପହଁଚାଇଦେବା ପାଇଁ ସୋନୁ ସୁଦଙ୍କୁ ରିକ୍ୱେଷ୍ଟ କଲେ ଯୁବତୀ, ତାପରେ ଆକ୍ଟର ଏମିତି ଜବାବ ଦେଲେ ଯେ ଏବେ ହେଉଛି ଭାଇରାଲ

କରୋନା ସଂକଟ କାରଣରୁ ଦେଶରେ ଲକଡାଉନ ଜାରୀ ରହିଛି। ଯେଉଁଥିପାଇଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ ଫସି ରହିଛନ୍ତି ଏବଂ ନିଜ ଘରକୁ ଯିବା ପାଇଁ ସାହାଯ୍ୟ ଭିକ୍ଷା କରୁଛନ୍ତି। ଆଉ ଏହି ଶହ ଶହ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍‌। ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆ ମାଧ୍ୟମରେ ବଡ ସଂଖ୍ୟାରେ ଲୋକମାନଙ୍କୁ ନେଇ ତାଙ୍କ ଘରେ ପହଁଚାଉଛନ୍ତି। ଆଉ ତାଙ୍କର ଏହି ପ୍ରକ୍ରିୟା ଏବେ ପଯ୍ୟର୍ନ୍ତ ବି ଜାରୀ ରହିଛି। ବସ, ଟ୍ରେନ ଏବଂ ବିମାନ ଯୋଗେ ସେ ପ୍ରବାସୀଙ୍କୁ ସୁରକ୍ଷିତ ଭାବରେ ତାଙ୍କ ଘରେ ପହଁଚାଉଛନ୍ତି।


ସୋସିଆଲ ମିଡିଆରେ ଏବେ ତାଙ୍କର ଲୋକପ୍ରିୟତା ଦେଖି ଅନେକ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ହିଁ ସାହାଯ୍ୟ ଭିକ୍ଷା କରୁଛନ୍ତି। କିନ୍ତୁ ଏହାରି ଭିତରେ ଏମିତି ବି ଲୋକମାନେ ଯେଉଁମାନେ ଅଜନ ଅଜବ ଡିମାଣ୍ଡ କରୁଛନ୍ତି। କିଏ କହୁଛନ୍ତି ତ ମୋତେ ମୋ ଗାର୍ଲଫ୍ରେଣ୍ଡଙ୍କ ପାଖକୁ ନେଇଯାଓ ତ ଆଉ କିଏ କହୁଛନ୍ତି ମୋତେ ଗୋଆ ଯିବାର ଅଛି। ସେହିପରି ଏବେ ଆଉ ଜଣେ ୟୁଜର କହିଛନ୍ତି ତାଙ୍କୁ ପାର୍ଲର ଯିବାର ଅଛି। ଲୋକଙ୍କୁ ଠାରୁ ଏପରି ଶୁଣିବା ପରେ ସୋନୁ ସୁଦ ତାଙ୍କୁ ବହୁତ ଭଲ ଢ଼ଙ୍ଗରେ ଉତ୍ତର ଦେଇଛନ୍ତି। ଆଉ ଏବେ ସୋନୁ ସୁଦଙ୍କର ଏହି ଉତ୍ତର ସୋସିଆଲ ମିଡିଆରେ ଖୁବ୍ ଜୋର ସୋରରେ ଭାଇରାଲ ହେଉଛି।

sonuସୂଚନା ଯୋଗ୍ୟ ଯେ ସୋନୁ ସୁଦଙ୍କୁ ଜଣେ ଟ୍ଵିଟର ୟୁଜର ଟ୍ଵିଟ କରି କହିଛନ୍ତି ଯେ, ‘ଆପଣ ମୋତେ ସାହାଯ୍ୟ କରିପାରିବେ କି? ମୁଁ ଅଢ଼େଇ ମାସ ହେବ ପାର୍ଲର ଯାଇନାହିଁ। ଦୟାକରି ମୋତେ ସାହାଯ୍ୟ କରନ୍ତୁ ଆଉ ସେଲୁନ ପହଁଚାଇ ଦିଅନ୍ତୁ।’ କିନ୍ତୁ ଏହାପରେ ୟୁଜର ସ୍ମାଇଲ ସହିତ ଲେଖିଛନ୍ତି, ମୁଁ ଆପଣଙ୍କ ସହିତ ମଜାକ କରୁଥିଲ। ଆପଣ ତ ସତରେ ଜଣେ ରିୟଲ ଲାଇଫ ହିରୋ। ଇଶ୍ୱର ଆପଣଙ୍କୁ ଆଶିର୍ବାଦ କରନ୍ତୁ। ତେବେ ୟୁଜରଙ୍କ ଉତ୍ତରରେ ସୋନୁ ସୁଦ ଟ୍ଵିଟ କରି ଲେଖିଛନ୍ତି ଯେ, ‘ପାର୍ଲର ଯାଇ କଣ କରିବ, ସେଲୁନ୍ ବାଲାଙ୍କୁ ତ ମୁଁ ତାଙ୍କ ଘରେ ଛାଡିକି ଆସିଲି। ତାଙ୍କ ପଛେ ପଛେ ତାଙ୍କ ଗାଁକୁ ଯିବ ଯଦି କୁହ।’

sonu soodସେହିପରି ଜଣେ ୟୁଜର ଟ୍ଵିଟ କରି କହିଛନ୍ତି, ଯେତେବେଳେ ପରିସ୍ଥିତ ପୂରା ଠିକ୍ ହୋଇଯିବ, ସେତେବେଳେ ଆପଣଙ୍କୁ ରବିବାର ଛୁଟି ନେବାକୁ ପଡିବ। କାହିଁକିନା ଲୋକମାନେ ଆପଣଙ୍କୁ ଦେଖା କରିବାକୁ ଯିବେ ଆଉ ପଚାରିବେ ସୋନୁ ସୁଦଙ୍କ ଘର କେଉଁଟା। ଏହି ଟ୍ଵିଟରେ ସୋନୁ ସୁଦ ବହୁତ କୁଲ ଅନ୍ଦାଜରେ ଜବାବ ଦେଇଛନ୍ତି। ଏହି ଟ୍ଵିଟରେ ରିପ୍ଲାଏ କରି ସୋନୁ ସୁଦ କହିଛନ୍ତି ଯେ ମୋ ଘର ଖୋଜିବା ଦରକାର ନାହିଁ ବନ୍ଧୁ ମୁଁ ଯିବି ସେମାନଙ୍କ ଘରକୁ।

ସେହିପରି କେନ୍ଦ୍ର ମନ୍ତ୍ରୀ ସ୍ମ୍ରୁତି ଇରାନୀ ସୋନୁ ସୁଦଙ୍କୁ ପ୍ରଶଂସା କରିଛନ୍ତି। ସ୍ମ୍ରୁତି ଲେଖିଛନ୍ତି, ‘ସୋନୁ ତୁମେ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କୁ ଯେଉଁ ସାହାଯ୍ୟ କରିଛ ସେଥିପାଇଁ ମୁଁ ତୁମ ଉପରେ ଗର୍ବିତ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.