“ଅମ୍ଫନ”ର ସଫଳ ମୁକାବିଲା ନେଇ ମନ୍‌ କି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜିର ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଗତ ୨୦ ତାରିଖରେ ଓଡିଶା ଓ ପଶ୍ଚିମ ବଙ୍ଗରେ ବିପର୍ଯ୍ୟସ୍ତ ସୃଷ୍ଟି କରିଥିବା ବାତ୍ୟା “ଅମ୍ଫନ” ର ସଫଳ ମୁକାବିଲା ନେଇ ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ବାତ୍ୟା ସମୟରେ ରାଜ୍ୟବାସୀ ଓ ପ୍ରଶାସନ ତରଫରୁ ଦୃଢ଼ତାର ସହ ମୁକାବିଲା କରାଯାଇଥିବା ନେଇ ନିଜ ଉଦ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଅନ୍ୟ ପକ୍ଷରେ କରୋନା ମୁକାବିଲା ନେଇ ଦେଶରେ ଜାରି ହୋଇଥିବା ଲକ ଡାଉନର କିଛି ନିୟମ ସମ୍ବନ୍ଧରେ ମଧ୍ୟ ନିଜ ଅଭିଭାଷଣରେ କହିଛନ୍ତି ମୋଦି । କହିରଖିବା ଉଚିତ ହେବକି, ଦୀର୍ଘ ଦୁଇ ମାସର ଲକ୍‌ଡାଉନ୍‌ ପରେ ଦେଶର କିଛି ସ୍ଥାନରେ ନିୟମ ମାନରେ କିଛିଟା କୋହଳ ଅଣାଯାଇଛି । ମୋଦିଙ୍କ ଅନୁଯାୟୀ, ଏଣିକି ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ।

amphan

ଦେଶବାସୀଙ୍କୁ ମନ୍‌ କି ବାତ୍‌ରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସମୟରେ ଆମେ ଅଧିକ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଉଚିତ । ଏହା ବାଦ ସାମାଜିକ ଦୂରତା ରକ୍ଷାରେ ମଧ୍ୟ ଅଧିକ ଗୁରୁତ୍ୱ ଦେବା । ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲିବା ସହିତ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ମାନଙ୍କୁ ମଧ୍ୟ ଏହା ମାଧ୍ୟମରେ ଅଣାଯାଉଛି । ପୂର୍ବରୁ ଜୁନ ୧ ତାରଖରୁ ଯାତ୍ରୀ ବାହୀ ଟ୍ରେନ ଚଳାଚଳ ନେଇ ସୂଚନା ଦିଆଯାଇଥିଲା । ଯେବେକି ମେ ୨୫ ତାରିଖରୁ ବିଭିନ୍ନ ସହରରେ ବିମାନ ଚଳାଚଳ ଆରମ୍ଭ ହୋଇଯାଇଛି । ମୋଦି ଦେଶ ବାସୀଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତିକି, ଦେଶର ଅର୍ଥବ୍ୟବସ୍ଥା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । ବିଶେଷ ଭାବେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିବା କରୋନା ଯୋଦ୍ଧା ମାନଙ୍କୁ ପ୍ରଶଂସା କରିବା ସହିତ ଉତ୍ସାହିତ ମଧ୍ୟ କରିଛନ୍ତି । ସେବା ଓ ତ୍ୟାଗ ଆମ ଆଦର୍ଶ ଓ ସଂସ୍କୃତି ବୋଲି ଏହି କରୋନା ଯୋଦ୍ଧାମାନେ ହିଁ ପ୍ରମାଣିତ କରିପାରିଛନ୍ତି ।

Train service to resume; first train to Kerala to start on ...

ପ୍ରଧାନ ମନ୍ତ୍ରୀଙ୍କ ଅନୁଯାୟୀ କରୋନା ଲଢ଼େଇରେ ବିଶ୍ୱଠୁ ଭାରତ ଯଥେଷ୍ଟ ଆଗରେ ରହିଛି । ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ହାର ରହିଛି । କରୋନା ବିପକ୍ଷରେ ଏହା ସାରା ଦେଶବାସୀଙ୍କ ଅଭିଯାନ । ନିଜ ଭାଷଣରେ ରେଳ କର୍ମଚାରୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତ୍ଵକ ରେଳ କର୍ମଚାରୀ ମଧ୍ୟ ଜଣେ ଜଣେ କରୋନା ଯୋଦ୍ଧା ବୋଲି ମୋଦି କହିଛନ୍ତି ।କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅନେକ ସଫଳତା ଆଣିଛି । ଏହା ଦ୍ୱାରା ଅନେକ ଯୁବକ, ଯୁବତୀ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । କରୋନା ଭ୍ୟାକ୍‌ସିନ ବିକାଶ ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ଭାରତର ବିକାଶ ଦେଶକୁ ଆଗକୁ ନେବ । ପୂର୍ବ ଭାରତ ଦେଶର ବିକାଶ ଇଞ୍ଜିନ୍‌ ହେବ । ଏହା ସହ ଆୟୂଷ୍ମାନ ଭାରତ ଯୋଜନା ସଫଳତା ମଧ୍ୟ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ୧ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ଉପକୃତ ହୋଇଥିବା ମୋଦି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.