‘ପ୍ରତି ମାସରେ ୩୦୦୦ ଟଙ୍କା ବେରୋଜଗାର ଭତ୍ତା ଦେବ କଂଗ୍ରେସ’, କର୍ଣ୍ଣାଟକରେ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ଘୋଷଣା
ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଦଳ ସ୍ନାତକ ବେରୋଜଗାରମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩,୦୦୦ ଟଙ୍କା ଦେବ ଏବଂ ଡିପ୍ଲୋମା ହୋଲ୍ଡର୍ସଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୧,୫୦୦ ଟଙ୍କା ପ୍ରଦାନ କରିବ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ବେଲ୍ଗାଭିରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ବେରୋଜଗାର ଯୁବଗୋଷ୍ଠୀଙ୍କ ପାଇଁ ‘ଯୁବା ନିଧି ଯୋଜନା’ ଘୋଷଣା କରିଛନ୍ତି, ଯାହା ଅଧୀନରେ ମାସିକ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିବ।
ରାହୁଲ ଶାସକ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ‘କେନ୍ଦ୍ର ସରକାର ବେରୋଜଗାରୀ କମ୍ କରିବା ପାଇଁ କିଛି କରୁନାହାନ୍ତି। ତେଣୁ କଂଗ୍ରେସ ଦଳ ସ୍ନାତକ ବେରୋଜଗାରମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩,୦୦୦ ଟଙ୍କା ଦେବ ଏବଂ ଡିପ୍ଲୋମା ହୋଲ୍ଡର୍ସଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୧,୫୦୦ ଟଙ୍କା ପ୍ରଦାନ କରିବ। ଦଳ ଶାସନକୁ ଆସିଲେ ଯୁବା ନିଧି ଯୋଜନାକୁ ତୁରନ୍ତ ଲାଗୁ କରାଯିବ।
ରାହୁଲ ଗାନ୍ଧୀ ଯୁବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ କଂଗ୍ରେସ ସରକାର ଗଠନ ହେଲେ ୧୦ ଲକ୍ଷ ରୋଜଗାର ସୃଷ୍ଟି ହେବ ଏବଂ ଖାଲି ପଡ଼ିଥିବା ଅଢ଼େଇ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ତେବେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ବିଜେପି ସରକାର ଉପରେ ‘୪୦ ପ୍ରତିଶତ କମିଶନ ସରକାର’ର ଅଭିଯୋଗ ଲଗାଇଥିଲେ। ସେ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ସମସ୍ତ ନେତା ମିଶି ନିର୍ବାଚନ ଲଢ଼ିବେ ଏବଂ ବିଜେପିକୁ କ୍ଲିନ୍ ସୁଇପ୍ କରିବେ।
କର୍ଣ୍ଣାଟକରେ ରାହୁଲ ଗାନ୍ଧୀ ୨୦୦ ୟୁନିଟ୍ ମାଗଣା ବିଜୁଳିର ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ପାଟିରୁ ତ୍ରୁଟି ବାହାରି ପଡ଼ିଥିଲା। ସେ ୨୦୦ ୟୁନିଟ୍ ପରିବର୍ତ୍ତେ ୨ ହଜାର ୟୁନିଟ୍ ବିଜୁଳି ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
BJP’s 40% Commission Sarkar wiped away jobs & opportunities.
Congress’ #YuvaNidhi will empower Karnataka’s unemployed Youth
✅ ₹3000/month for Graduates
✅ ₹1500/month for Diploma holders
✅ 2.5 lakh Govt jobs in 1 year
✅ 10 lakh Pvt sector jobsThat’s a Congress Guarantee! pic.twitter.com/eNmXvIa5lr
— Rahul Gandhi (@RahulGandhi) March 20, 2023