ରାଜମାତା ସିନ୍ଧିୟାଙ୍କ ଜନ୍ମ ଦିନ ଅବସରରେ ଜାରି ହେଲା ୧୦୦ ଟଙ୍କିଆ କଏନ୍‌, ଦେଖନ୍ତୁ ମୁଦ୍ରାର ପ୍ରଥମ ଝଲକ୍‌

ରାଜମାତା ବିଜୟା ରାଜେ ସିନ୍ଧିୟାଙ୍କ ଜନ୍ମ ଶତାବ୍ଦୀ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଟଙ୍କିଆ ସ୍ୱତନ୍ତ୍ର କଏନ୍‌ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ରାଜମାତା ସିନ୍ଧିୟାଙ୍କ ୧୦୧ ତମ ଜୟନ୍ତୀ। ଏହି କାର୍ଯ୍ୟକ୍ରମରେ ଶିବରାଜ ସିଂହ ଚୌହ୍ଵାନ୍‌ଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି କଏନ୍‌ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲଞ୍ଚ୍‌ କରିଛନ୍ତି। ରାଜମାତା ସିନ୍ଧିୟା ୧୨ ଅକ୍ଟୋବର ୧୯୧୯ରେ ମଧ୍ୟପ୍ରଦେଶର ସାଗରରେ ଜନ୍ମଗ୍ରହଣ କରିଥିଲେ।

coin

ରାଜମାତା ବିଜୟା ରାଜେ ସିନ୍ଧିୟାଙ୍କ ପ୍ରକୃତ ନାଁ ହେଉଛି ଦେବୀଶ୍ୱରୀ ଦେବୀ। ସେ ଗ୍ଵାଲିୟରର ରାଜମାତା ଭାବେ ଲୋକପ୍ରିୟ। ସେ ଜଣେ ଭାରତୀୟ ରାଜବଂଶର ରାଣୀ ସମେତ ରାଜନୈତିକ ବ୍ୟକ୍ତିତ୍ୱ ମଧ୍ୟ।

coin2

ରାଜମାତାଙ୍କ ନାଁରେ ଜାରି କରାଯାଇଥିବା ମୁଦ୍ରାର ଗୋଟିଏ ପଟେ ତାଙ୍କ ଜନ୍ମ ବର୍ଷ ଲେଖାଥିବା ବେଳେ ଅପର ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିଛି। ସ୍ତମ୍ଭର ଉଭୟ ପଟେ ହିନ୍ଦୀ ଓ ଇଂରାଜୀରେ ଭାରତ ଲେଖାଯାଇଛି। ସେହିପରି ଅନ୍ୟପଟେ ହିନ୍ଦୀ ଓ ଇଂରାଜୀରେ ରାଜମାତା ସିନ୍ଧିୟାଙ୍କ ଜନ୍ମ ଶତାବ୍ଦୀ ଲେଖାଅଛି। ପ୍ରକାଶ ଯେ ୧୦୦ ଟଙ୍କିଆ କଏନ୍‌ ଜାରି ହେବା ପରେ ସିନ୍ଧିୟା ପରିବାର ରାଜ୍ୟର ପ୍ରଥମ ଏଭଳି ପରିବାର ପାଲଟିଛି ଯାହାଙ୍କ ନାଁରେ ରାଜ୍ୟ ସରକାର କଏନ୍‌ ଜାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.