ଲକ୍ଷ୍ନୌ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲକ୍ଷ୍ନୌ ଗସ୍ତରେ ଯାଇ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ ଚାଲିଥିବା ବେଳେ ସଦିହ ହୋଇଥିବା ଭାରତୀୟ ଯବନାଙ୍କ ସ୍ମୃତିରେ ନିର୍ମିତ ୱାର ମେମୋରିଆଲରେ ରାଜନାଥ ସିଂହ ପହଂଚି ଶ୍ରଦ୍ଧା ସୁମନ ଦେଇଛନ୍ତି। ଏହି ଅବସରରେ ରାଜନାଥ ସିଂହ ଯବାନଙ୍କ ସ୍ମୃତି ଚାରଣ କରିବା ସହ ମେମୋରିଆଲ ଡାଇରୀରରେ ତାଙ୍କର ମତବ୍ୟକ୍ତ କରିଛନ୍ତି । ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ଲକ୍ଷ୍ମୌ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଉତ୍ତରପ୍ରଦେଶର ସ୍ଥାନୀୟ ସାଂସଦ ମାନଙ୍କ ସହ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ କାର୍ଯ୍ୟକ୍ରମର ସମୀକ୍ଷା କରିବେ