ରାଜ୍ୟସଭା ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ, କାବେରୀ ପ୍ରସଙ୍ଗରେ ଏଆଇଏଡିଏମକେ ସାଂସଦଙ୍କ ହଙ୍ଗାମା

ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବୀ । କାବେରୀ ବିବାଦରେ ଏଆଇଏଡିଏମରେ ସାଂସଦ ମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି। ଆଜି ଗୃହରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍‌ ଉପରେ ଆଗତ ହେବାର ରହିଛି। ଗୃହ କାର‌୍ୟ୍ୟ ସ୍ୱାଭାବିକ କରିବାକୁ ଅଧ୍ୟକ୍ଷ ଏମ ଭେଙ୍କିୟାନାଇଡୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି। ସାଂସଦଙ୍କ ଆଚରଣ ଲୋକହସା ହୋଇଛି। ଗୃହ କାର‌୍ୟ୍ୟ ସୁରୁଖୁରୁରେ ଚଳାଇବାରେ ସମସ୍ତେ ସହଯୋଗ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଗୃହୀତ କରିବାକୁ ସେ ନିବେଦନ କରିଛନ୍ତି। ତେବେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାକୁ ଗୃହକୁ ୨ଥର ମୁଲତବୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.