ଅନ୍ତର୍ଜାତୀୟ ସ୍ତରରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ୧୬୦ ଦେଶରେ ଲାଇଭ୍‌ ଟେଲିକାଷ୍ଟ୍‍

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଆୟୋଜନକୁ ନେଇ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରହିଛି ଉତ୍ସବର ମାହୋଲ ।

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଆୟୋଜନକୁ ନେଇ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରହିଛି ଉତ୍ସବର ମାହୋଲ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଶ୍ୱର ୫୦ରୁ ଅଧିକ ଦେଶରେ ଲାଇଭ୍‌ ଟେଲିକାଷ୍ଟ୍‍ କରାଯିବ । ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି ।

ଆମେରିକା, ବ୍ରିଟେନ, ଜର୍ମାନୀ, କାନାଡା ଭଳି ଦେଶରେ ମନ୍ଦିରଗୁଡ଼ିକରେ ପୂଜାପାଠ ସାଙ୍ଗକୁ ହନୁମାନ ଚାଳିଶା ପାଠ, ଶୋଭାଯାତ୍ରା ଏବଂ ପ୍ରାଣ ପ୍ରତିଷ୍ଠାର ଲାଇଭ୍‌ ଟେଲିକାଷ୍ଟ୍‍ କରାଯିବ । ବିଶ୍ୱର ୧୬୦ରେ ଦେଶରେ ଅନେକ ହିନ୍ଦୁ ଧର୍ମର ଲୋକେ ବାସ କରୁଛନ୍ତି ।

ବିଶ୍ୱ ହିନ୍ଦୁ ପରିଷଦ ସୂତ୍ରରୁ ଜଣାପଡ଼ିଛି ଯେ ୧୬୦ ଦେଶରେ ଯେଉଁଠି ହିନ୍ଦୁ ରହୁଛନ୍ତି, ସେହି ସବୁ ସ୍ଥାନରେ କାର୍ଯ୍ୟକ୍ରମ କରାଯିବ । ୫୦ରୁ ଅଧିକ ଦେଶରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବ । ଲୋକେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଲାଇଭ୍‌ ଦେଖିବେ । ଆମେରିକାରେ ୩୦୦, ବ୍ରିଟେନରେ ୨୫, ଅଷ୍ଟ୍ରେଲିଆରେ ୩୦, କାନାଡାରେ ୩୦, ମରିସସ୍‌ରେ ୧୦୦ଟି ସ୍ଥାନ ସହିତ ଆୟରଲାଣ୍ଡ, ଫିଜି, ଇଣ୍ଡୋନେସିଆ ଓ ଜର୍ମାନୀ ଭଳି ଦେଶରେ ଲାଇଭ୍‌ ଟେଲିକାଷ୍ଟ୍‍ କରାଯିବ ।

ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର କହିଛନ୍ତି, ଜର୍ମାନୀରେ ଟାଇମ୍‌ ଜୋନ୍‌ ହିସାବରେ ସମୟ ଅନୁକୂଳ ରହିଛି, ସେଠାରେ ଲୋକେ ଲାଇଭ୍‌ ଦେଖିପାରିବେ । ଆମେରିକାରେ ଟାଇମ୍‌ ଜୋନ୍‌ ଅନୁକୂଳ ନାହିଁ, ସେଠାରେ ମଙ୍ଗଳା ଆଳତିର କାର୍ଯ୍ୟକ୍ରମ ସାମୂହିକ ଭାବେ ଦେଖାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.