ଅଯୋଧ୍ୟା : ରାମନବମୀରେ ୭ଟି ଲାଇନରେ ହେବ ରାମଲଲାଙ୍କ ଦର୍ଶନ, ୨୦ ଘଣ୍ଟା ଖୋଲାରହିବ ଦ୍ୱାର, ଭକ୍ତଙ୍କୁ ମିଳିବ ଓଆରଏସ୍‌

ରାମନବମୀରେ ହେବାକୁ ଥିବା ଭିଡ ଦେଖି ରାମଲଲାଙ୍କ ଦର୍ଶନ ୪ଟି ଲାଇନ ବଦଳରେ ୭ଟି ଲାଇନରେ ହେବ । ୨୪ ଘଣ୍ଟା ରାମଲଲାଙ୍କ ଦର୍ଶନ ହେବା ପାଇଁ ବୈଠକ ହୋଇଥିଲା । କିନ୍ତୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି, ୧୯ରୁ ୨୦ ଘଣ୍ଟା ରାମଭକ୍ତଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲା ରହିବ । ରାମଲଲାଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପର୍ଯ୍ୟାପ୍ତ ପାଣି ଏବଂ ଓଆରଏସ ବ୍ୟବସ୍ଥା କରାଯିବ ।

ଆଗକୁ ରାମନବମୀ । ତେଣୁ ଅଯୋଧ୍ୟା ସ୍ଥିତ ରାମମନ୍ଦିରରେ ରାମଲଲାଙ୍କ ଦର୍ଶନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରେ ମଣିରାମ ଦାସ ଛାବନୀରେ ହୋଇଥିବା ବୈଠକରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାମନବମୀରେ ହେବାକୁ ଥିବା ଭିଡ ଦେଖି ରାମଲଲାଙ୍କ ଦର୍ଶନ ୪ଟି ଲାଇନ ବଦଳରେ ୭ଟି ଲାଇନରେ ହେବ । ୨୪ ଘଣ୍ଟା ରାମଲଲାଙ୍କ ଦର୍ଶନ ହେବା ପାଇଁ ବୈଠକ ହୋଇଥିଲା । କିନ୍ତୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି, ୧୯ରୁ ୨୦ ଘଣ୍ଟା ରାମଭକ୍ତଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲା ରହିବ । ଅନ୍ୟ ବାକି ୪ ଘଣ୍ଟା ଶୃଙ୍ଗାର ଏବଂ ଭୋଗ ପାଇଁ ରହିବ ।

ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି, ରାମନବମୀରେ ନଗର ନିଗମ ସହିତ ଆଖପାଖ ବଜାରରେ ପାଖାପାଖି ୧୦୦ରୁ ଅଧିକ ଏଲଇଡି ସ୍କ୍ରିନରେ ସିଧାପ୍ରସାରଣ କରାଯାଇଥିଲା । ଶ୍ରଦ୍ଧାଳୁଙ୍କୁ ଖରାରୁ ମୁକ୍ତ କରିବା ପାଇଁ ଚଟାଣରେ ପାଣି ଏବଂ ମ୍ୟାଟ ପଡିବ । ରାମଲଲାଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପର୍ଯ୍ୟାପ୍ତ ପାଣି ଏବଂ ଓଆରଏସ ବ୍ୟବସ୍ଥା କରାଯିବ ।

ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ରାମନବମୀ ଅବସରରେ ସମସ୍ତ ୧୦୦ ଏଲଇଡିରେ ସିଧା ପ୍ରସାରଣ ହେବ । ରାମନଗରୀ ଏବଂ ଆଖାପାଖର ପ୍ରମୁଖ ମାର୍କେଟରେ ଏଲଇଡି ସ୍କ୍ରିନ ଜରିଆରେ ରାମଲଲାଙ୍କ ଜନ୍ମୋତ୍ସବ କରାଯିବ । ରାମଲଲାଙ୍କ ସିଧାପ୍ରସାରଣ ପ୍ରସାର ଭାରତୀ ମାଧ୍ୟମରେ ହେବ ।

ତେବେ ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କୁ ଜୋତା ଏବଂ ମୋବାଇଲ ନେବାକୁ ମନା କରାଯାଇଛି । ଏହାଦ୍ୱାରା ରାମଲଲାଙ୍କ ଦର୍ଶନ ସମୟ ବଞ୍ଚିବ । ରାମଭକ୍ତଙ୍କୁ ଗରମରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ୫୦ଟି ସ୍ଥାନରେ ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଭକ୍ତଙ୍କ ପାଇଁ ଓଆରଏସ ବ୍ୟବସ୍ଥା କରାଯାଇଛି ।

ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ତୃତ୍ୟୁ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ଜଗଦଗୁରୁ ବିଶ୍ୱ ପ୍ରସନ୍ନତୀର୍ଥ ମହାରାଜ, ମହନ୍ତ ଦିନେନ୍ଦ୍ର ଦାସ, ବିମଳେନ୍ଦ୍ର ମୋହନ ମିଶ୍ର, କେନ୍ଦ୍ରୀ ଗୃହ ସଚିବ ପ୍ରଶାନ୍ତ ଲୋଖଣ୍ଡେ, ଜିଲ୍ଲାଧିକାରୀ ନୀତିଶ କୁମାର ଉପସ୍ଥିତ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.