ସୃଷ୍ଟି ହେବ କି ଆଉ ଏକ ନୂଆ ମହାସାଗର ? ବୈଜ୍ଞାନିକଙ୍କ ଅଦ୍ଭୁତ ଦାବି

ପୃଥିବୀରେ ୫ଟି ମହାସାଗର ଥିବା କଥା ତ ଆପଣମାନେ ଜାଣିଥିବେ କିନ୍ତୁ ଖୁବଶୀଘ୍ର ପୃଥିବୀବାସୀଙ୍କୁ ଷଷ୍ଠ ମହାସାଗର ମିଳିବ । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି ।

ସମୁଦ୍ର ସହ ମଣିଷର ଏକ ଭିନ୍ନ ସମ୍ପର୍କ ରହିଛି । କାରଣ ଏହି ସମୁଦ୍ରରୁ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା । ଏକକୋଷୀୟ ଜୀବ ସମୁଦ୍ରରୁ ହିଁ ଜନ୍ମଗ୍ରହଣ କରିଥିଲେ । ଏହା ପରେ ପରେ ଜୀବ ଜଗତ ସୃଷ୍ଟି ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଣିଷ ଚନ୍ଦ୍ର ବିଷୟରେ ଯେତେ ଅଧିକ ଜାଣିଛି ତାହା ଠାରୁ ବି କମ୍‌ ସମୁଦ୍ର ବିଷୟରେ ଜାଣିଛି । ମହାକାଶରେ ରିସର୍ଚ୍ଚ କରିବା ଠାରୁ ସମୁଦ୍ରରେ ରିସର୍ଚ୍ଚ କରିବା କଠିନ ହୋଇଥାଏ । କାରଣ ସମୁଦ୍ର ରିସର୍ଚ୍ଚରେ ମେସିନ ଖରାପ ହେବାର ସମ୍ଭାବନା ଥାଏ । ସମୁଦ୍ରରେ ଲୁଣର ମାତ୍ରା ଅଧିକ ଥିବାରୁ ମେସିନ୍‌ ଖରାପ ହୋଇଯାଏ । ତେବେ ପୃଥିବୀରେ ୫ଟି ମହାସାଗର ଥିବା କଥା ତ ଆପଣମାନେ ଜାଣିଥିବେ କିନ୍ତୁ ଖୁବଶୀଘ୍ର ପୃଥିବୀବାସୀଙ୍କୁ ଷଷ୍ଠ ମହାସାଗର ମିଳିବ । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି ।

ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍‌ ପ୍ଲେଟର ଗତିବିଧିରେ ହେଉଥିବା ପରିବର୍ତ୍ତନ ଦ୍ୱାରା ପୃଥିବୀ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ଟେକ୍ଟୋନିକ୍‌ ପ୍ଲେଟର ଗତିବିଧିରେ ପରିବର୍ତ୍ତନ ହେଉଛି ଯାହା ଫଳରେ ଖୁବଶୀଘ୍ର ପୃଥିବୀରେ ଏକ ନୂଆ ମହାସାଗର ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ଏହି ନୂଆ ମହାସାଗର ଆଫ୍ରିକା ମହାଦ୍ୱୀପରେ ସୃଷ୍ଟି ହେଉଥିବା ନଜର ଆସିଛି । ବୈଜ୍ଞାନିକମାନେ ଆଫ୍ରିକାର ଦକ୍ଷିଣ ପୂର୍ବ ଅଞ୍ଚଳରେ ଏକ ବଡ଼ ଫାଟ ସୃଷ୍ଟି ହୋଇଥିବା ସନ୍ଧାନ କରିଛନ୍ତି । ଏହି ଫାଟ ଆଫ୍ରିକା ମହାଦ୍ୱୀପକୁ ଦୁଇ ଭାଗରେ ବିଭକ୍ତ କରୁଛି । ଏସବୁକୁ ନଜରରେ ରଖି ବୈଜ୍ଞାନିକମାନେ ଷଷ୍ଠ ମହାସାଗର ସୃଷ୍ଟି ହେବ ବୋଲି କହିଛନ୍ତି ।

ରିପୋର୍ଟ ଅନୁସାରେ ଏହି ଫାଟ କୁ ଇଷ୍ଟ ଆଫ୍ରିକାନ୍‌ ରିଫ୍ଟ ନାମରେ ଜଣାଯାଉଛି । ପ୍ରଥମ ଥର ପାଇଁ ଏହି ଫାଟ ୨୦୦୫ରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ୨୨ ମିଲିୟନ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ । ପୃଥିବୀରେ ବର୍ତ୍ତମାନ ପ୍ରଶାନ୍ତ, ଆଟଲାଣ୍ଟିକ୍‌, ଭାରତ, ଆଣ୍ଟାର୍କଟିକ୍‌ ଏବଂ ଆର୍କଟିକ୍‌ ମହାସାଗର ଅଛି । ଯଦି ଏହି ଷଷ୍ଠ ମହାସାଗର ସୃଷ୍ଟି ହୁଏ ତେବେ ପୃଥିବୀର ଭୌଗଳିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ ।

ଗତ କିଛି ଦଶନ୍ଧି ମଧ୍ୟରେ ଏହି ଟେକ୍ଟୋନିକ୍‌ ପ୍ଲେଟରେ ପରିବର୍ତ୍ତନ ହୋଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୂର୍ବ ଆଫ୍ରିକାରେ ସୃଷ୍ଟି ହୋଇଥିବା ଫାଟ ହେଉଛି ଦୁଇଟି ଟେକ୍ଟୋନିକ୍ ପ୍ଲେଟର ଗତିବିଧିର ଫଳାଫଳ । ପୂର୍ବରେ ସୋମାଲି ପ୍ଲେଟ୍ ଏବଂ ପଶ୍ଚିମରେ ନ୍ୟୁବିଆନ୍ ପ୍ଲେଟ୍ ଗତିବିଧି ଯୋଗୁଁ ଏଭଳି ଫାଟ ସୃଷ୍ଟି ହୋଇଛି । ଏହି ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ଅଲଗା ହୋଇ ଗତି କରୁଛି ଯେଉଁ କାରଣରୁ ଫାଟ ଅଧିକ ଗଭୀର ହେଉଛି । ରିପୋର୍ଟ ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଦକ୍ଷିଣ ଆମେରିକା ଏବଂ ଆଫ୍ରିକା ଅଲଗା ମହାଦେଶରେ ବିଭକ୍ତ ହେବାପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ପ୍ଲେଟଗୁଡିକ ବର୍ଷକୁ କିଛି ମିଲିମିଟର ଅଲଗା ହୋଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ଇଥିଓପିଆ ଏବଂ ଉଗାଣ୍ଡା ପରି ଆଫ୍ରିକାର ଦେଶଗୁଡିକ ଏବେ ସମୁଦ୍ର କୂଳ ଦେଖିବେ। ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଫାଟ ପ୍ରତିବର୍ଷ ୦.୭ ମିଲିମିଟର ବେଗରେ ବୃଦ୍ଧି ପାଉଛି । କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଏରିମିଟସ୍ ମଶାବଲେଙ୍କୁ କହିଛନ୍ତି, “ଆଡେନ୍ ଗଲ୍ଫ ଏବଂ ଲୋହିତ ସାଗର ଆଫାର ଅଞ୍ଚଳ ଏବଂ ପୂର୍ବ ଆଫ୍ରିକୀୟ ରିଫ୍ଟ ଉପତ୍ୟକାକୁ ବନ୍ୟା କରି ଏକ ନୂତନ ମହାସାଗରରେ ପରିଣତ ହେବ ଏବଂ ପୂର୍ବ ଆଫ୍ରିକାର ସେହି ଅଂଶ ଛୋଟ ମାଳଦ୍ୱୀପରେ ପରିଣତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.