ଜେଏନ୍‌ୟୁରେ ଏମ୍‌ସିଏ ଛାତ୍ରୀଙ୍କୁ ଦୁଷ୍କର୍ମ, ଚାକିରି ବାହାନାରେ ଅନ୍ଧାରିଆ ସ୍ଥାନକୁ ନେଇ ଇଜ୍ଜତ ଲୁଟିଲା ଅଭିଯୁକ୍ତ

ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପୀଡ଼ିତା ଏମ୍‌ସିଏର ଛାତ୍ରୀ ଓ ତାଙ୍କ ଅଭିଯୋଗ ଆଧାରରେ ବସନ୍ତ କୁଞ୍ଜ ନର୍ଥ ଥାନା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ବିଶ୍ୱବିଦ୍ୟାଳୟରେ ଭାଷା ବିଭାଗରେ ଲାଙ୍ଗୁଏଜ୍‌ର କୋର୍ସ କରିବା ସହ ସେ ସିଏ ଭାବେ ମଧ୍ୟ କାମ କରୁଛନ୍ତି।

ରିପୋର୍ଟ ମୁତାବକ, ପୀଡ଼ିତା ପୋଲିସକୁ ଅଭିଯୋଗ କରି କହିଛନ୍ତି ସେ ଏମ୍‌ସିଏର ପଢ଼ା କରୁଛନ୍ତି ଓ ଜେଏନ୍‌ୟୁର ହଷ୍ଟେଲରେ ରହୁଛନ୍ତି। ଏଥିସହ ସେ ଏକ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍‌ ମଧ୍ୟ କରୁଛନ୍ତି। କିଛି ଦିନ ତଳେ ସେ ନିଜ ଅଫିସର କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଷ୍ଟାଟସ୍‌ ଦେଇଥିଲେ। ଏହି କାରଣରୁ ଅଭିଯୁକ୍ତଙ୍କ ସହ ତାଙ୍କ ଚିହ୍ନା ପରିଚୟ ହୋଇଥିଲା। ଅଭିଯୁକ୍ତ ଚାକିରି ବିଷୟରେ କଥା ହେବା ବାହାନାରେ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଏହା ପରେ ଉଭୟେ କଥା ବାର୍ତ୍ତା ଆରମ୍ଭ କରିଥିଲେ।

ତା’ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ମେସେଜ୍‌ କରି କହିଥିଲେ ଯେ ସେ ମଧ୍ୟ ଜେଏନ୍‌ୟୁରେ ପଢ଼ୁଛନ୍ତି। ଏଥିସହ ସେ ପୀଡ଼ିତାଙ୍କୁ ଚାକିରି ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି ବାହାନାରେ ସେ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଏହା ପରେ ମୋବାଇଲ ନମ୍ବର ନେଇ ଫୋନ୍‌ରେ କଥା ବାର୍ତ୍ତା ଆରମ୍ଭ କରିଥିଲେ।

ଅଭିଯୋଗ ମୁତାବକ, ଅଭିଯୁକ୍ତ ମେ’ ୧୪ରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ସେ ପୀଡ଼ିତାଙ୍କୁ କଲେଜ ପରିସର ସ୍ଥିତ ଇଣ୍ଡିଆ କଫି ହାଉସ୍‌ ଡାକିଥିଲେ। ସେ ପ୍ରଥମେ କିଛି ସମୟ ଚାକିରି କଥା କଥା ହୋଇଥିଲେ। ତା’ ପରେ ସାଙ୍ଗ ହେବାକୁ କହିଥିଲେ। କିନ୍ତୁ ବନ୍ଧୁତା ପାଇଁ ପୀଡ଼ିତା ରାଜି ନ ହେବାରୁ ସେ ଜବରଦସ୍ତି ତାଙ୍କୁ କଫି ହାଉସ୍‌ ପଛ ପଟେ ଥିବା ଅନ୍ଧାରିଆ ଜାଗାକୁ ନେଇ ଯାଇଥିଲେ। ସେଠାରେ ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ତାଙ୍କ ମୋବାଇଲ ବି ଛଡ଼ାଇ ନେଇଥିଲେ। ଏ ନେଇ ପୀଡ଼ିତା ବସନ୍ତ କୁଞ୍ଜ ନର୍ଥ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Also Read: କୋଏମ୍ବାଟୁରରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିଲେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.