ହାଇଦ୍ରାବଦରେ ରେଭ୍‌ ପାର୍ଟି: ଚଢ଼ଉରେ କୋକେନ୍‌ ଏବଂ ଚରସ୍‌ ଜବତ, ଅଟକଙ୍କ ଭିତରେ ଅଭିନେତା ଓ ରାଜନେତାଙ୍କ ପିଲା

ହାଇଦ୍ରାବଦ: ହାଇଦ୍ରାବଦରେ ରେଭ୍‌ ପାର୍ଟି । ୧୪୨ ଜଣଙ୍କୁ ଅଟକ ରଖିଛି ପୋଲିସ୍‌ । ଏମାନଙ୍କ ଭିତରେ ଅଛନ୍ତି ଭିଆଇପି, ଅଭିନେତା ଓ ରାଜନେତାଙ୍କ ପିଲା। ହାଇଦ୍ରାବାଦ ବଞ୍ଜାରା ହିଲ୍‌ସରେ ଥିବା ଏକ ପଞ୍ଚ ତାରକା ହୋଟେଲର ପବ୍‌ରେ ଚଢ଼ଉ କରିଥିଲା ପୋଲିସ୍‌ । ଏଠି ଚାଲିଥିବା ରେଭ୍‌ ପାର୍ଟିରେ ନିଷିଦ୍ଧ ମାଦକଦ୍ରବ୍ୟ ବ୍ୟବହାର ହେଉଥିବା ପୋଲିସକୁ ସୂଚନା ମିଳିଥିଲା ।

ଚଢ଼ଉ ବେଳେ କୋକେନ୍‌ ଏବଂ ଚରସ୍‌ ଜବତ ହୋଇଛି। ଅଟକଙ୍କ ଭିତରେ ଅଛନ୍ତି ଅଭିନେତା ନାଗା ବାବୁଙ୍କ ଝିଅ ଓ ଚିରଞ୍ଜୀବୀଙ୍କ ଭାଣିଜି। ଏହି ଘଟଣା ପରେ ବଞ୍ଜାରା ହିଲ୍‌ସ ର ଷ୍ଟେସନ୍‌ ହାଉସ୍‌ ଅଫିସରଙ୍କୁ ନିଲମ୍ବନ କରାଯାଇଛି । ଗତ ଫେବ୍ରୁଆରୀ ୧୨ରୁ ଡ୍ରଗ୍‌ସ ବିରୋଧୀ ଅଭିଯାନ ଆରମ୍ଭ କରିଛି ହାଇଦ୍ରାବାଦ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.