ଭାରତରେ ପିଲାଙ୍କୁ ଜଲ୍‌ଦି ମିଳିବ ସୁରକ୍ଷା କବଚ, ୧ ଜାନୁଆରୀରୁ ଟିକାକରଣର ରେଜିଷ୍ଟ୍ରେସନ, ଏ ହେଉଛି ବୁକିଂର ଉପାୟ

କରୋନା ମହାମାରୀ ବିରୋଧୀ ଯୁଦ୍ଧରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି। ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କରୋନା ଭାରିଆଣ୍ଟ ଓମିକ୍ରନ୍ର ବଢ଼ୁଥିବା ଆତଙ୍କ ଭିତରେ ନିକଟରେ DCGI ପିଲାମାନଙ୍କୁ ଦିଆ ଯିବାକୁ ଥିବା କୋଭାକ୍ସିନ ଟିକାକୁ ଅନୁମୋଦନ କରିଛି। ୧୨ରୁ ୧୮ ବର୍ଷର ପିଲାଙ୍କୁ ଏହି ଟିକା ଜରୁରିକାଳୀନ ସ୍ଥିତିରେ ଦିଆଯାଇ ପାରିବ। ହୁଏତ DCGI ୧୨ରୁ ଅଧିକ ବର୍ଷ ପିଲାଙ୍କ ପାଇଁ ଏହି ଟିକାକୁ ଅନୁମୋଦନ କରି ଥାଇପାରେ, କିନ୍ତୁ କେନ୍ଦ୍ର ସରକାର ଏବେ କେବଳ ୧୫ ବର୍ଷରୁ ଅଧିକ ପିଲାମାନଙ୍କୁ ହିଁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୧ ଜାନୁଆରୀରୁ କୋୱିନ୍ ପୋର୍ଟାଲରେ ପିଲାମାନଙ୍କ ଟିକାକରଣର ପଞ୍ଜୀକରଣ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କୁ କରୋନା ଟିକା ଲଗାଇବା ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ, ଆସନ୍ତୁ ଜାଣିବ।

ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି, ଯେତେବେଳେ କି, ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଉ ବିଶେଷଜ୍ଞମାନେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଦୁନିଆର ବାକି ଦେଶରେ ପିଲାମାନଙ୍କର ଟିକାକରଣ କାର୍ଯ୍ୟ ବହୁ ପୂର୍ବରୁ ହିଁ ଆରମ୍ଭ ହୋଇ ସାରିଛି।

ଭାରତ ସରକାରଙ୍କ ପ୍ରସ୍ତୁତି

– ୧ ଜାନୁଆରୀରୁ CoWin ପୋର୍ଟାଲରେ ପିଲାମାନଙ୍କ ଟିକାକରଣର ପଞ୍ଜୀକରଣ ଆରମ୍ଭ ହେବ।

– ଏହି ସମୟରେ ଦଶମ ID ଭାବରେ ଛାତ୍ର ପରିଚୟ ପତ୍ର (Student Identity Card) ଯୋଡାଯିବ।

– ଜାନୁୟାରୀ ୩ ରୁ ଅଫିସିଆଲ ଭାବେ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ।

– ବର୍ତ୍ତମାନ କେବଳ ଭାରତୀୟ ପିଲାମାନଙ୍କୁ କୋଭାକ୍ସିନ୍ ହିଁ ଦିଆଯିବ।

Precautionary Dose ଉପରେ ଏମିତି ବଢ଼ିବ ଦେଶ

– ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ କୋଭିଡ ଯୋଦ୍ଧାମାନଙ୍କୁ CoWinରେ ପଞ୍ଜୀକରଣ କରିବାକୁ ପଡିବ।

– Precautionary Dose ନେଉଥିବା ଲୋକମାନଙ୍କୁ କେବଳ ପୁରୁଣା ଟିକା ହିଁ ମିଳିବ।

– ଏହି ଡୋଜ୍‌ ମଧ୍ୟ ମାଗଣା ହେବ।