Below header

ପେରୁରେ ଭିନ୍ନ ଗ୍ରହର ଜୀବ, ୭ ଫୁଟ ଲମ୍ବର ଆଲିଏନକୁ ନେଇ ଚର୍ଚ୍ଚା

ପେରୁରେ ଭିନ୍ନ ଗ୍ରହର ଜୀବ। ଗତ ସପ୍ତାହରେ ୭ ଫୁଟ ଲମ୍ବର ଆଲିଏନ ଦେଖିଛନ୍ତି ପେରୁ ଗ୍ରାମବାସୀ। ସେମାନେ ଆଲିଏନ ଆକ୍ରମଣର ଶିକାର ବି ହୋଇଛନ୍ତି। ଅଦଭୁଦ ଜୀବ। ଠିକ ଯେମିତି ଭିନ୍ନ ଗ୍ରହର ଜୀବକୁ ନେଇ କଳ୍ପନା କରାଯାଇଥାଏ। ସିଲଭର ରଙ୍ଗର ଦେହ, ବଡ଼ ମୁଣ୍ଡ। ପ୍ରାୟ ୭ ଫୁଟ ଲମ୍ବ। କିଛି ଆଲିଏନଙ୍କ ମୁଣ୍ଡରେ ଘାଆ ଥିଲା।

ସେମାନେ କିଛି ଭିନ୍ନ ପ୍ରକାରର ଅସ୍ତ୍ର ବି ଧରିଥିଲେ। ଦେଖିବାକୁ ବହୁତ କୁତ୍ସିତ। ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଏଭଳି ଜୀବଙ୍କୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ। ତେବେ ଏହା ପଛରେ ସୁନା ଖଣି ମାଫିଆଙ୍କ ହାତ ଥାଇପାରେ ବୋଲି ପେରୁ ଅଧିକାରୀ କହିଛନ୍ତି।

ସୁନାଖଣି ଆଲିଏନ ଭୟ ଦେଖାଇ ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରନ୍ତି। ପରେ ସୁନା ଖଣିରୁ ସୁନା ଲୁଟ କରି ପଳାଇ ଯାଆନ୍ତି। ସେମାନେ ଫ୍ଲାଇଂ ଜେଟପ୍ୟାକ୍ ବ୍ୟବହାର କରିଥାନ୍ତି। ଏହି ସୁନାଖଣି ମାଫିଆଙ୍କୁ ଦେଖି ଲୋକେ ଆଲିଏନ ଭାବି ନେଇଛନ୍ତି ବୋଲି ପେରୁ ଅଧିକାରୀ କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.