Below header

ଚୀନରୁ ପୁଣି ମାନବ ସଭ୍ୟତା ପ୍ରତି ବିପଦ : କୋଭିଡ ପରେ ବବୋନିକ ପ୍ଲେଗ, ୧୪ ଶତାବ୍ଦୀରେ ୫ କୋଟି ଜୀବନ ନେଇଥିଲା ୟୁରୋପରେ

ଚୀନରୁ ପୁଣି ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହୋଇଛି । କୋଭିଡ ପରେ ଦେଖା ଦେଇଛି ବବୋନିକ ପ୍ଲେଗ। ଚୀନରୁ ୨ଟି ମାମଲା ଚିହ୍ନଟ ପରେ ବଢ଼ିଲା ଆଶଂକା। ରୋଗ ବ୍ୟାପିଲେ ମହାମାରୀର ରୂପ ନେଇପାରେ। ତେବେ ଠିକ ସମୟରେ ରୋଗ ନିରୂପଣ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ।

ଚୀନରୁ ପୁଣି ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହୋଇଛି । କୋଭିଡ ପରେ ଦେଖା ଦେଇଛି ବବୋନିକ ପ୍ଲେଗ। ଚୀନରୁ ୨ଟି ମାମଲା ଚିହ୍ନଟ ପରେ ବଢ଼ିଲା ଆଶଂକା। ରୋଗ ବ୍ୟାପିଲେ ମହାମାରୀର ରୂପ ନେଇପାରେ। ତେବେ ଠିକ ସମୟରେ ରୋଗ ନିରୂପଣ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ। ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ୫ କୋଟି ଜୀବନ ନେଇଥିଲା ବବୋନିକ ପ୍ଲେଗ।

 କୋଭିଡ୍ ୧୯ ପରେ ବବୋନିକ ପ୍ଲେଗ !

କୋଭିଡ୍ ୧୯ ପରେ ବବୋନିକ ପ୍ଲେଗ ! ପୁଣି ଚୀନରୁ ଆସିପାରେ ବିପଦ। ମହାମାରୀର ରୂପ ନେବ କି ବବୋନିକ ପ୍ଲେଗ ? ଉତ୍ତର ଚୀନର ଇନର ମଙ୍ଗୋଲିଆରେ ଶନିବାର ୨ଟି ମାମଲା ଚିହ୍ନଟ ହେବା ପରେ ଏଭଳି ଆଶଂକା ପ୍ରକାଶ ପାଇଛି। ପ୍ରଥମ ମାମଲା ଅଗଷ୍ଟ ୭ରେ ଚିହ୍ନଟ ହୋଇଥିଲା। ରୋଗ ବ୍ୟାପିଲେ ମହାମାରୀ ରୂପ ନେଇପାରେ। ତେବେ କଣ ଏହି ବବୋନିକ ପ୍ଲେଗ ? ଏହା ଏକ ସଂକ୍ରାମକ ରୋଗ। ୟେରସିନିଆ ପେଷ୍ଟିସ ବ୍ୟାକ୍ଟେରିଆ ଦ୍ବାରା ବ୍ୟାପିଥାଏ। ଏହି ବ୍ୟାକ୍ଟେରିଆ ମୂଷା ଭଳି କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଓ କୀଟପତଙ୍ଗ ଦ୍ବାରା ବ୍ୟାପିଥାଏ।

 କେମିତି ମଣିଷ ଶରୀରକୁ ଆସିଥାଏ ଏହି ବ୍ୟାକ୍ଟେରିଆ ?

ସଂକ୍ରମିତ ହୋଇଥିବା ପତଙ୍ଗ କାମୁଡ଼ିଲେ ମଣିଷ ଦେହକୁ ଏହି ବ୍ୟାକ୍ଟେରିଆ ଆସିଥାଏ। କିମ୍ବା ସଂକ୍ରମିତ ଟିସ୍ୟୁ ସହ ସିଧାସଳଖ ସଂପର୍କରେ ଆସିଲେ ସଂକ୍ରମଣ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଡ୍ରପଲେଟକୁ ଗ୍ରହଣ କଲେ ମଧ୍ୟ ସଂକ୍ରମଣ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଇନକ୍ୟୁବେସନ ସମୟ ୧ ଦିନରୁ ଏକ ସପ୍ତାହ ମଧ୍ୟରେ।

ଏବେ ଜାଣିବା ବବୋନିକ ପ୍ଲେଗର ଲକ୍ଷଣ କଣ ?

ବବୋନିକ ପ୍ଲେଗ ସଂକ୍ରମିତ ହେଲେ ଜ୍ବର ହୋଇଥାଏ। ଦେହ ଥଣ୍ଡା ହୋଇଯାଏ। ଭୀଷଣ ମୁଣ୍ଡବିନ୍ଧା ହୋଇଥାଏ। ଥକାଲାଗେ ଓ ମାଂସପେଶୀ ଘୋଳାବିନ୍ଧା ହୁଏ।

ଆଣ୍ଟିବାୟୋଟିକ ଦ୍ବାରା ଏହାର ଚିକିତ୍ସା ହୋଇଥାଏ 

ତୁରନ୍ତ ରୋଗ ନିରୂପଣ ହୋଇ ପାରିଲେ ଆଣ୍ଟିବାୟୋଟିକ ଦ୍ବାରା ଏହାର ଚିକିତ୍ସା ହୋଇଥାଏ। ଯଦି ଚିକିତ୍ସା ନହୁଏ ତେବେ ଘାତକ ସାବ୍ୟସ୍ତ ହୋଇପାରେ। ଚିକିତ୍ସା କରାନଗଲେ ୩୦ ରୁ ୧୦୦ ପ୍ରତିଶତ ମୃତ୍ୟୁ ଆଶଂକା ରହିଛି।

ଅତୀତରେ ପ୍ରାୟ ୫ କୋଟି ଲୋକଙ୍କ ଜୀବନ ଯାଇଥିଲା

ଅତୀତରେ ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ବ୍ୟାପିଥିଲା ବବୋନିକ ପ୍ଲେଗ। ପ୍ରାୟ ୫ କୋଟି ଲୋକଙ୍କ ଜୀବନ ଯାଇଥିଲା। ସେହିଭଳି ୨୦୦୦ ରୁ ୨୦୧୫ ମସିହା ମଧ୍ୟରେ ଏଥିରେ ୩ହଜାର ୨୦୦ ଲୋକ ସଂକ୍ରମିତ ହୋଇଥିଲେ। ମୃତ୍ୟୁମୁଖରେ ପଡ଼ିଥିଲେ ୫୪୮ ଜଣ।

ସେପଟେ କୋଭିଡ ଏକ ପ୍ରକାର ପ୍ରଭାବଶୂନ୍ୟ ହୋଇଥିବା ବେଳେ ଛାଡ଼ିଯାଇଛି ହୃଦରୋଗ। କୋଭିଡ ସଂକ୍ରମିତ ହୋଇ ଆରୋଗ୍ୟ ହୋଇଥିବା କୋଟିକୋଟି ଲୋକ ହୃଦରୋଗର ଶିକାର ହେବା ଆଶଂକା ରହିଛି। ଅସ୍ବାଭାବିକ ହୃତ ସ୍ପନ୍ଦନ, ରକ୍ତ ଜମାଟ ବାନ୍ଧିବା, ଛାତି ଯନ୍ତ୍ରଣା ଏବଂ ହୃଦଘାତର ଶିକାର ହୋଇ ପାରନ୍ତି କୋଭିଡ ସଂକ୍ରମିତ। କରୋନାରୁ ଆରୋଗ୍ୟ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଆଶଂକା ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ପୂର୍ବରୁ ହୃଦରୋଗ ନଥିବା ମଧ୍ୟବୟସ୍କ ଲୋକେ ଏହାର ଶିକାର ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.