ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା

ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା। ଦୁଇ ଦେଶ ମଧ୍ୟରେ ୧୯ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବ ।

ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା। ଦୁଇ ଦେଶ ମଧ୍ୟରେ ୧୯ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବ । ଚୀନ ସୀମାର ଚୁସୁଲ ଠାରେ ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା। ପୂର୍ବ ଲଦାଖରେ ଉତ୍ତେଜନା ପ୍ରବଣ ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ଚୀନ ନିଜ ସେନାକୁ ପଛକୁ ହଟାଇବା ଉପରେ ଦାବି ରଖିପାରେ ଭାରତ।

୨୦୨୦ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହେବା ପର ଠାରୁ ପୂର୍ବ ଲଦାଖରେ ଉତ୍ତେଜନା ଲାଗି ରହିଛି। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି। ପୂର୍ବରୁ ୧୮ ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଏପ୍ରିଲ ୨୩ତାରିଖରେ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.