ରିୟାଙ୍କୁ ନାର୍କୋଟିକ୍‌ କଣ୍ଡ୍ରୋଲ ବ୍ୟୁରୋର ସମନ୍, କିଛି ସମୟ ପରେ ହେବେ ହାଜର

କେନ୍ୟୁଜ୍(ବ୍ୟୁରୋ):  ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଏଥିସହ ସମ୍ପୃକ୍ତ ଡ୍ରଗ୍ସ କାରବାର ମାମଲାରେ ଆଜି ମଧ୍ୟ ଖୋଳତାଡ ଜାରି ରହିଛି। ନାର୍କୋଟିକ୍‌ କଣ୍ଡ୍ରୋଲ ବ୍ୟୁରୋ-ଏନ୍‌ସିବିରେ ଆଜି ହାଜର ହେବେ ରିୟା ଚକ୍ରବର୍ତ୍ତୀ । ଏନେଇ ଏନ୍‌ସିବି ରିୟାଙ୍କୁ ସମନ ଜାରି କରିଛି ।

ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ରିୟାଙ୍କୁ ପଚରାଉଚରା କରିବ ଏନ୍‌ସିବି । ଏଥିପାଇଁ ଏନ୍‌ସିବି ଟିମ୍‌ ସହିତ ଦୁଇ ଜଣ ମହିଳା କର୍ମଚାରୀ ଉପସ୍ଥିତ ଅଛନ୍ତି । ଡ୍ରଗସ କାରବାର ମାମଲାରେ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସାମୁଏଲ ମିରିଣ୍ଡା ପୂର୍ବରୁ ଗିରଫ ହୋଇସାରିଛନ୍ତି। ସେପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଚାଲିଛି ସିବିଆଇର ଛାନଭିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.