ବେଲାରୁଷରେ ୧୦ ଦିନ ମିଲିଟାରୀ ଡ୍ରିଲ କରିବ ରୁଷ, ପଠାଇଛି ୩୦ ହଜାର ସୈନ୍ୟ ଓ ଫାଇଟର ଜେଟ୍‌

ବେଲାରୁଷରେ ୧୦ ଦିନ ମିଲିଟାରୀ ଡ୍ରିଲ କରିବ ରୁଷ। ୟୁକ୍ରେନ ଉପରକୁ ରୁଷ ଆକ୍ରମଣ କରିବା ଆଶଙ୍କା ଥିବାବେଳେ ରୁଷିଆର ଏପରି ମିଲିଟାରୀ ଡ୍ରିଲ ଚିନ୍ତା ବଢାଇଛି। ରୁଷିଆ ଡ୍ରିଲ ପାଇଁ ୩୦ ହଜାର ସୈନ୍ୟ ଓ ଫାଇଟର ଜେଟ ବେଲାରୁଷ ପଠାଇଛି। ଶୀତଳ ଯୁଦ୍ଧ ପରେ ବେଲାରୁଷରେ ଏହା ରୁଷର ସବୁଠୁ ବଡ଼ ଡ୍ରିଲ ବୋଲି କହିଛି ନାଟୋ। ଏହା ଉତ୍ତେଜନାକୁ ବଢାଇବ ବୋଲି କହିଛି ଆମେରିକା। ରୁଷିଆ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା କହିଛି। ମାତ୍ର ୟୁକ୍ରେନ ସୀମାରେ ୧ଲକ୍ଷ ସେନା ଠୁଳ କରିଥିଲେ ମଧ୍ୟ ରୁଷିଆ ଆମେରିକା ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସୁଛି।

କିଛିଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ପୁଟିନଙ୍କ ମଧ୍ୟରେ ୟୁକ୍ରେନକୁ ନେଇ ଆଲୋଚନା ହୋଇଥିଲା। ଏଥିରେ କୌଣସି ଗୁପ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ ବୋଲି ଋଷ ପକ୍ଷରୁ କୁହାଯାଇଛି।

ପୁଟିନ ଚେତବାନୀ ଦେଇ କହିଛନ୍ତି, ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ ହେବ। ପୋଲାଣ୍ଡ ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ମିଗ -୩୧ ବିମାନ ମୁତୟନ କରିଛି ରୁଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.