କରୋନା ଡର ଥମିନଥିବାବେଳେ ଆସିଲା ନୂଆ ରୋଗ, ଜ୍ୱର ହୋଇଥିଲେ ରୁହନ୍ତୁ ସାବଧାନ୍‌

ଭାରତରେ କରୋନା ଭାଇରସ ସଂକଟ ଏବେବି ଶେଷ ହୋଇନି ଆଉ ଏହାରି ଭିତରେ ଜ୍ୱର ସହ ଜଡିତ ଏକ ନୂଆ ରୋଗ ସାମ୍ନାକୁ ଆସିଲାଣି। କେରଳର ଓ୍ଵାୟନାଡ ଜିଲ୍ଲାରେ ମଙ୍କି ଫିବର ମାମଲା ସାମ୍ନାକୁ ଆସିଛି। ଏହି ସୂଚନା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଦେଇଛନ୍ତି।

କେରଳର ଓ୍ଵାଇନାଡ୍‌ ଜିଲ୍ଲାର ଥିରୁନେଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତରେ ଆସୁଥିବା ପନେଓ୍ଵଲୀ ଆଦିବାସୀ ବସ୍ତିରେ ଜଣେ ୨୪ ବର୍ଷୀୟ ଯୁବକ କ୍ୟାସନୁର ଫରେଷ୍ଟ ଡିଜିଜ୍‌ (କେଏଫଡି)ରେ ଗ୍ରସ୍ତ ଥିବା ଜଣାପଡିଛି। ଯାହାକୁ ଆମେ ସାଧାରଣ ଭାଷାରେ ମଙ୍କି ଫିବର ବୋଲି କହୁଛନ୍ତି।

ତେବେ ମଙ୍କି ଫିବରରେ ପୀଡିତ ଏହି ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏହି ଗୋଟିଏ ମାମଲା ପରେ ସେଠାରେ ଏହି ସଂଖ୍ୟାରେ ବୃଦ୍ଧି ହେଇନାହିଁ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେରଳରେ ଚଳିତ ବର୍ଷର ଏହା ପ୍ରଥମ ମାମଲା। ଏହି ରୋଗର ଭାଇରସ୍‌ ‘ଫ୍ଲାଭିିରାଇଡା’ ଫ୍ୟାମିଲୀରୁ ଆସିଥାଏ। ଏହି ରୋଗ ମାଙ୍କଡଙ୍କ ଠାରୁ ମଣିଷଙ୍କ ପାଖକୁ ବ୍ୟାପିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.