କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା, ଖୁବ୍ ଶୀଘ୍ର ଭାରତରେ ତୈଳଦର ସଂଶୋଧିତ ହେବ

୧- ରୁଷିଆ ଉପରେ ଆହୁରି କଟକଣା ବଢ଼ିଲା । ଜାପାନ ତା ଦେଶରେ ରହୁଥିବା ୩୨ ଜଣ ରୁଷିଆ ଓ ବେଲାରୁଷ ପ୍ରବାସୀଙ୍କ ସମ୍ପତ୍ତି ଜବତ କଲା।
୨-ଲାଟିଭିଆର ଜଣେ ସାଂସଦ ୟୁକ୍ରେନ୍ ପାଇଁ ଯୁଦ୍ଧରେ ସାମିଲ ହେଲେ ।
୩-ଭାରତୀୟ ତୈଳ କମ୍ପାନୀମାନେ ତେଲ ଦର ସଂଶୋଧିତ କରିବେ ବୋଲି କେନ୍ଦ୍ର ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଲେ । ନଭେମ୍ବର ୪ ତାରିଖ ପରେ ଭାରତାର ଆଉ ତୈଳ ଦର ସଂଶୋଧିତ ହୋଇ ନାହିଁ । ୫ଟି ରାଜ୍ୟରେ ନିର୍ବାଚନ ଯୋଗୁଁ ଦର ବଢ଼ିନଥିଲା । ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଭାରତରେ ମୂଲ୍ୟର ସଂଶୋଧନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
୪-ଜାତିସଂଘର ସୂଚନା, ରୁଷ୍ ଆକ୍ରମଣରେ ୟୁକ୍ରେନ୍ର ୪୦୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୧ ଜଣ ଆହତ ହାଇଛନ୍ତି । ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି।
୫- ରୁଷିଆ କହିଲା ଯେତେ କଟକଣା କରୁଛ କର ଆମକୁ ବି ବାଟ ଜଣା । ୟୁରୋପକୁ ଦିଆଯାଉଥିବା ଗ୍ୟାସ ପାଇପ ଲାଇନ୍ କାଟିଦେବାକୁ ରୁଷିଆର ଧମକ ।
୬-ଅନ୍ୟପକ୍ଷରେ ଗ୍ୟାସ ଓ ତୈଳ ପାଇଁ ରୁଷିଆ ଉପରେ ନିର୍ଭର ନକରିବାକୁ ଆମେରିକାର ପରାମର୍ଶ ।
୭-ରୁଷିଆ ଉପରେ ଆହୁରି କଟକଣା ଲାଗୁ କରିବାକୁ ୟୁକ୍ରେନ୍ର ନିବେଦନ । ସର୍ବାଧିକ କଟକଣାର ଶିକାର ହୋଇଥିବା ଦେଶ ହେଲା ରୁଷିଆ।
୮-ଯୁଦ୍ଧ ପରିସ୍ଥିତିରେ ଏବେ ୟୁକ୍ରେନ୍ରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦେଖା ଦେଇଛି ।
୯-ଏକ ରିପୋର୍ଟ ଅନୁଯାୟୀ କିଭ୍ ଉପରେ ପୂରା ଦମ୍ରେ ଆକ୍ରମଣ କରିବା ପାଇଁ ମସ୍କୋ ପ୍ରସ୍ତୁତ ହେଉଛି ।
୧୦-ଗତକାଲି ୟୁକ୍ରେନ୍ ସମିରେ ଅଟକିଥିବା ୬୯୪ ଜଣ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ପୋଲଟାଭା ନିଆଯାଇଛି । ସେମାନଙ୍କୁ ବସ୍ରେ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସୂଚନା।
୧୧-ଅନ୍ୟ ଦେଶକୁ ଯାଇଥିବା ୟୁକ୍ରେନ୍ ଶରଣାର୍ଥୀଙ୍କ ସଂଖ୍ୟା ୨୦ ଲକ୍ଷରେ ପହଞ୍ଚିଲା।