ମେଡାଲ ବିକ୍ରି କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରି ମୁରାତୋଭ

ମେଡାଲ ବିକ୍ରି କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା। ରୁଷିଆ ସାମ୍ବାଦିକ ତଥା ନୋବେଲ ପୁରସ୍କାର ବିଜେତା ଦିମିତ୍ରି ମୁରାତୋଭ ୟୁକ୍ରେନ ଶିଶୁ ଶରଣାର୍ଥୀଙ୍କ ପାଇଁ ନିଜ ନୋବେଲ ପୁରସ୍କାର ନିଲାମ କରିଦେଇଛନ୍ତି।

ୟୁକ୍ରେନ ଯୁଦ୍ଧରେ ବାସହରା ହୋଇଥିବା ଶିଶୁମାନଙ୍କ ପାଇଁ ଏହି ଅର୍ଥ ଉପଯୋଗ ହେବ। ନିଲାମ ଅର୍ଥ ୟୁନିସେଫକୁ ଯିବ ଓ ରୁଷ ଆକ୍ରମଣ ପରେ ଶରଣାର୍ଥୀ ପାଲଟି ଥିବା ଶିଶୁମାନଙ୍କ ପାଇଁ ଖର୍ଚ୍ଚ ହେବ। ଗତବର୍ଷ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ଦିମିତ୍ରି।

You might also like