ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ ସନ୍ତାନ, ନାମ ପରିବର୍ତ୍ତନ କରିବାକୁ କଲେ ଆବେଦନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ତାଙ୍କର କିନ୍ନର ସନ୍ତାନ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନ କରିଛନ୍ତି। ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେ ତାଙ୍କ ଆବେଦନ ପତ୍ରରେ ଆହୁରି ବି କହିଛନ୍ତି କି ତାଙ୍କ ବାପା ଏଲନ ମସ୍କଙ୍କ ସହ ସେ କୌଣସି ପ୍ରକାରର ସଂପର୍କ ରଖିବାକୁ ଚାହାନ୍ତି ନାହିଁ। ତେଣୁ ସେ ନାମ ପରିବର୍ତ୍ତନ କରିବାକୁ ଏକ ପିଟିସନ ଦାଖଲ କରିଛନ୍ତି।
ଗତ ଏପ୍ରିଲ୍ ମାସରେ ସେ ତାଙ୍କର ନୂତନ ନାମ ସହ ଲିଙ୍ଗ ପରିବର୍ତ୍ତନ ଅନୁଯାୟୀ ନୂଆ ଜନ୍ମ ପ୍ରମାଣପତ୍ର ପାଇଁ ସାଣ୍ଟା ମୋନିକାରେ ଥିବା ଲସ୍ ଆଞ୍ଜେଲ୍ସ କଣ୍ଟ୍ରି ସୁପରିୟର୍ କୋର୍ଟରେ ଆବେଦନ କରିଛନ୍ତି। ଯାହା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ଏବେ ଜଣାପଡ଼ିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କଙ୍କର କିନ୍ନର ଝିଅ ଜାଭିଅର୍ ଆଲେକ୍ସଜାଣ୍ଡାର୍ ମସ୍କ ନିକଟରେ ତାଙ୍କ ପିତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ନିକଟରେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା। ଯାହା ପରେ ସେ ବର୍ତ୍ତମାନ ପୁରୁଷରୁ ମହିଳା ହେବା ସହିତ ତାଙ୍କର ନୂତନ ନାମକୁ ସ୍ୱିକୃତୀ ଦେବାକୁ ପଞ୍ଜିକରଣ କରି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଜାଭିୟରଙ୍କ ଅନୁରୋଧ କ୍ରମେ ତାଙ୍କର ନୂତନ ନାମ ଅନଲାଇନ୍ ଡକ୍ୟୁମେଣ୍ଟରେ ପ୍ରବେଶ କରାଯାଇଛି। ତାଙ୍କ ମାଙ୍କ ନାମ ଜଷ୍ଟିନ ୱିଲସନ ଯିଏ ୨୦୦୧୮ ମସିହାରେ ଏଲୋନ ମସ୍କଙ୍କ ଠାରୁ ଛାଡପତ୍ର ନେଇଥିଲେ।
ଏପର୍ଯ୍ୟନ୍ତ ଏଲୋନ୍ ମସ୍କ ଏବଂ ତାଙ୍କ ଝିଅ ଏ ବାବଦରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ତାଙ୍କର ନୂତନ ଗର୍ଲଫ୍ରେଣ୍ଡର ବିଷୟରେ ଏଲୋନ୍ ମସ୍କ ଆଲୋଚନା କରିଛନ୍ତି।
ଖବର ଅନୁଯାୟୀ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଠାରୁ ତାଙ୍କ ଦ୍ବିତୀୟ ପତ୍ନୀ ତଥା ବିଶିଷ୍ଟ ପପ୍ ମ୍ୟୁଜିକ୍ ଗାୟିକା କ୍ଲାରି ଗ୍ରିମ୍ସ ବାଉଚର ବି ଅଲଗା ହୋଇଯାଇଛନ୍ତି। କିଛି ମାସ ତଳେ ଉଭୟ ଏଲନ୍ ଓ କ୍ଲାରି ତାଙ୍କ ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଥିଲେ। ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ସେହି ଝିଅଟିର ମଧ୍ୟ ଅଦ୍ଭୁତ ନାମକରଣ କରାଯାଇଥିଲା। ତାହାର ନାମ ରଖାଯାଇଛି ଏକ୍ସା ଡାର୍କ ସାଇଡ୍ରାଏଲ୍। ୨୦୨୦ ମେ’ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଦ୍ବିତୀୟ ଥର ପାଇଁ ମସ୍କଙ୍କ ଠାରୁ କ୍ଲାରି ଅଲଗା ହୋଇଛନ୍ତି। ୨୦୧୮ରୁ ଉଭୟ ପରସ୍କର ସହ ଡେଟିଂ ଆରମ୍ଭ କରିଥିଲେ।