‘ଏହାର ହିସାବ ଦେବାକୁ ପଡ଼ିବ…ତୁମକୁ ଆମେ ଶେଷ କରିଦେବୁ’; ସମୀର ଓ୍ଵାନଖେଡେଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ

ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ଓ୍ଵାନଖେଡ଼େଙ୍କୁ ସୋସିଆଲ ମିଡିଆ ଜରିଆରେ ମିଳିଛି ହତ୍ୟା ଧମକ। ଏ ନେଇ ଓ୍ଵାନଖେଡେ ମୁମ୍ବାଇ ପୋଲିସକୁ ଅବଗତ କରାଇଛନ୍ତି। ଏଥି ସହିତ ଅଭିଯୋଗର ତଦନ୍ତ କରିବାକୁ ପୋଲିସକୁ କହିଛନ୍ତି। ଅଭିଯୋଗ ରହିଛି ଯେ ଅଗଷ୍ଟ ୧୪ରେ ଏକ ନୂଆ ଟ୍ଵିଟର ଆକାଉଣ୍ଟ କରାଯାଇ ତାହା ମାଧ୍ୟମରେ ଓ୍ଵାନଖେଡେଙ୍କୁ ଧମକ ଦିଆଯାଇଛି।

ଏନ୍‌ସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ଓ୍ଵାନଖେଡେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି କି, ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଯେଉଁ ଆକାଉଣ୍ଟ ଜରିଆରେ ଧମକ ମିଳିଛି, ତାହାକୁ ଅଗଷ୍ଟ ୧୪ରେ ନୂଆ କରି କରାଯାଇଥିଲା।

‘ଅମନ’ ନାମକ ଟ୍ଵିଟର ଆକାଉଣ୍ଟ ଜରିଆରେ ତାଙ୍କୁ ହତ୍ୟା ଧମକ ମିଳିଛି। ଏଥିରେ ଲେଖାଯାଇଛି, ‘ତୁମକୁ ଜଣାନାହିଁ, ତୁମେ କ’ଣ କରିଛ। ଏହାର ହିସାବ ତୁମକୁ ଦେବାକୁ ପଡ଼ିବ’। ଓ୍ଵାନଖେଡେ ଜଣାଇଛନ୍ତି, ବ୍ୟକ୍ତି ଜଣକ ଆହୁରି ଲେଖିଥିଲେ ଯେ ‘ତୁମକୁ ଆମେ ଶେଷ କରିଦେବୁ’।

ସୋସିଆଲ ମିଡିଆରେ ମିଳିଥିବା ଧମକ ପରେ ସମୀର ଓ୍ଵାନଖେଡେ ମୁମ୍ବାଇର ଗୋରେଗାଁଓ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ଓ୍ଵାନଖେଡେଙ୍କ ବୟାନ ରେକର୍ଡ କରିବା ସହିତ ମାମଲାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

ଓ୍ଵାନଖେଡେଙ୍କ ମୁତାବକ, ଯେଉଁ ଟ୍ଵିଟର ଆକାଉଣ୍ଟରୁ ଧମକ ମିଳିଛି, ସେହି ଆକାଉଣ୍ଟର ଜିରୋ ଫଲୋଅର୍‌ ଅଛନ୍ତି। ତେଣୁ ସନ୍ଦେହ କରାଯାଉଛି, କେବଳ ତାଙ୍କୁ ଧମକ ଦେବା ପାଇଁ ହିଁ ଏହି ଆକାଉଣ୍ଟ ତିଆରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.