ସୁପ୍ରିମ୍‌କୋର୍ଟଙ୍କ ରୋଷେୟାଙ୍କ ଝିଅଙ୍କୁ ଆମେରିକାର ୨ ବିଶ୍ୱବିଦ୍ୟାଳୟରୁ ମିଳିଲା ସ୍କଲାରଶିପ୍‌, ସିଜେଆଇ କଲେ ସମ୍ମାନିତ

ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛନ୍ତି । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଛାତ୍ରବୃତ୍ତି ମିଳିଛି ।

ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସାଜିଛନ୍ତି । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଛାତ୍ରବୃତ୍ତି ମିଳିଛି । ଏହି ଅବସରରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ତାଙ୍କୁ ସମ୍ମାନିତ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ପ୍ରଜ୍ଞାଙ୍କୁ କୋର୍ଟରେ ସ୍ୱାଗତ କରି ସିଜେଆଇ କହିଛନ୍ତି, ‘ପ୍ରଜ୍ଞା ପ୍ରମାଣ କରିଛନ୍ତି ଯେ ଯଦି ଆପଣଙ୍କ ପାଖରେ କିଛି ପାଇବା ପାଇଁ ଉତ୍ସାହ ଏବଂ ଶକ୍ତି ଅଛି, ତା’ ହେଲେ ଆପଣ ଏହାକୁ ହାସଲ କରିବା ପାଇଁ ସମ୍ବଳ ଏବଂ ସୁବିଧା ପାଇପାରିବେ’ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ସମ୍ବଳ ଅଭାବ ହେତୁ ଜଣେ ଛାତ୍ରର ପ୍ରାକୃତିକ ପ୍ରତିଭା ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚିବ ନାହିଁ, ଏହା ଆଦୌ ହେବା ଉଚିତ୍‌ ନୁହେଁ’ । ପ୍ରଧାନ ବିଚାରପତି ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ପ୍ରଜ୍ଞାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ଆଇନ ଏବଂ ନ୍ୟାୟ ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ପଢ଼ିବା ପାଇଁ ଦୁଇ ଆମେରିକୀୟ ବିଶ୍ୱବିଦ୍ୟାଳୟ ପ୍ରଜ୍ଞାଙ୍କୁ ଛାତ୍ରବୃତ୍ତି ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ସୂତ୍ର ମୁତାବକ, ଯେତେବେଳେ ସିଜେଆଇ ଚନ୍ଦ୍ରଚୂଡ଼ ଏ କଥା ଜାଣିବାକୁ ପାଇଥିଲେ, ସେତେବେଳେ ସେ ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରଜ୍ଞାଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.