Below header

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ଵିଟ ଘଟଣା, ଗିରଫ ହୋଇଥିବା ସାମ୍ବାଦିକଙ୍କୁ ତୁରନ୍ତ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ଵିଟ କରି ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କୈଣସି ପରିସ୍ଥତିରେ ବି ନାଗରିକ ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି । ଶୁଣାଣି ବେଳେ କୋର୍ଟ କହିଛନ୍ତି ଆପତ୍ତିଜନ ପୋଷ୍ଟ ନେଇ ଅଲଗା ଅଲଗା ବିଚାରଧାରା ରହିଛି । ତେବେ ପ୍ରଶାନ୍ତଙ୍କୁ କାହିଁକି ଗିରଫ କରାଗଲା ବୋଲି ସବୋର୍ଚ୍ଚ ନ୍ୟାୟାଳୟ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଇପିସିର ଦଫା ୫୦୫ ଅନୁସାରେ ପ୍ରଶାନ୍ତଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫଆଇଆର ନେଇ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆପତ୍ତିଜନକ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଅଭିଯୋଗ ହୋଇଥିଲା । ଶନିବାର ସିଏମ ଯୋଗୀ ଆଦିତ୍ୟନାଥଙ୍କ ମାନହନୀ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହା ବିରୋଧରେ ପ୍ରଶାନ୍ତଙ୍କ ପତ୍ନୀ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ । ଏପଟେ ଏହି ଘଟଣା ନେଇ ୟୁପି ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.