ସ୍କୁଲ ବସ୍‌ ଓ ଡମ୍ପର ଧକ୍କା, ଜଣେ ସ୍କୁଲ ଛାତ୍ରୀ ସହିତ ପ୍ରିନ୍ସିପାଲ ମୃତ

ଏକ ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ବେଳେ ଘଟିଲା ଦୁର୍ଘଟଣା । ସ୍କୁଲ ବସ୍‌ ଏବଂ ଡମ୍ପର ଧକ୍କା ହେବା ଫଳରେ ଜଣେ ଛାତ୍ରଙ୍କ ସହିତ ପ୍ରିନ୍ସିପାଲଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରାଜସ୍ଥାନ ବାଡମେରରେ ଘଟିଛି ଏଭଳି ଘଟଣା ।

ରାଜସ୍ଥାନର ବାଡମେର ଜିଲ୍ଲାରେ ସ୍କୁଲ ବସ୍‌ ଏବଂ ଡମ୍ପର ଧକ୍କା । ଫଳରେ ଜଣେ ସ୍କୁଲ ଛାତ୍ରୀ ଏବଂ ସ୍କୁଲ ପ୍ରିନ୍ସପାଲଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲ ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗନେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ମୁତାବକ, ରାଜସ୍ଥାନର ବାଡମେର ଜିଲ୍ଲାରେ ଥିବା ମଡେଲ ସ୍କୁଲ ଡେଟାନୀର ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାନୀଓ୍ଵାଡା ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ସ୍କୁଲ ବସ୍‌ ଏବଂ ଡମ୍ପର ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଫଳରେ ଜଣେ ଛାତ୍ରୀ ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ସିଏଚସି ଗାଗାରିଆରେ ଭର୍ତ୍ତି କରାଯାଇଛି ।

ଘଟଣାରେ ସ୍କୁଲ ପ୍ରିନ୍ସିପାଲ ମହମ୍ମଦ ଇବ୍ରାହିମ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଗୁରୁତର ୩ ଜଣ ଛାତ୍ରୀଙ୍କୁ ଯୋଧପୁର ରେଫର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.