‘ପରିବେଶ ଖରାପ ହେବ…’, ଦୁଷ୍କର୍ମ ପୀଡ଼ିତାଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ସ୍କୁଲ

ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ନିଜ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସ୍କୁଲ ତାଙ୍କୁ ବୋର୍ଡ ପରୀକ୍ଷାରେ ବସିବାକୁ ଦେଲା ନାହିଁ ।

ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ନିଜ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସ୍କୁଲ ତାଙ୍କୁ ବୋର୍ଡ ପରୀକ୍ଷାରେ ବସିବାକୁ ଦେଲା ନାହିଁ । କାରଣ, ଗତବର୍ଷ ତାଙ୍କ ସହିତ ସାମୂହିକ ଦୁଷ୍କର୍ମ ହୋଇଥିଲା ।

ଛାତ୍ରୀ କହିଛନ୍ତି ଯେ ସ୍କୁଲ ଅଧିକାରୀମାନେ ତାଙ୍କୁ କହିଥିଲେ କି, ଯଦି ସେ ବୋର୍ଡ ପରୀକ୍ଷାରେ ସାମିଲ ହେବେ, ତେବେ ପରିବେଶ ଖରାପ ହେବ । ଯଦିଓ ସ୍କୁଲ ତରଫରୁ ସେପଟେ ଦାବି କରାଯାଇଛି ଯେ ଛାତ୍ରୀ ୪ ମାସ ହେବ ଶ୍ରେଣୀକୁ ଆସି ନ ଥିଲେ, ତେଣୁ ତାଙ୍କୁ ଆଡ୍‌ମିଟ କାର୍ଡ ଦିଆଯାଇ ନାହିଁ ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଛାତ୍ରୀ ଜଣକ ଅନ୍ୟ ସ୍କୁଲର ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ ଏବଂ ଶିକ୍ଷକ ତାଙ୍କୁ ଚାଇଲ୍ଡ ହେଲ୍ପଲାଇନ ନମ୍ବରରେ କଲ୍‌ କରିବାକୁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ ଅଜମେରର ଶିଶୁ କଲ୍ୟାଣ ଆୟୋଗ ମାମଲା ରୁଜୁ କରିଛି । ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଅଞ୍ଜଳି ଶର୍ମା କହିଛନ୍ତି ଯେ ଛାତ୍ରୀଙ୍କ ସହିତ ସେ ପୂରା ଘଟଣା ବିଷୟରେ କଥା ହୋଇଛନ୍ତି । ତଦନ୍ତ ଚାଲିଛି । ସେମାନଙ୍କ ପ୍ରାଥମିକତା ହେଉଛି, ଛାତ୍ରୀ ଜଣକ ଯେପରି ମାର୍ଚ୍ଚରେ ଛାଡ଼ିଯାଇଥିବା ପରୀକ୍ଷା ଦେଇପାରିବେ ।

ମିଳିଥିବା ସୂଚନା ମୁତାବକ, ଗତବର୍ଷ ଅକ୍ଟୋବରରେ ଛାତ୍ରୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଦୁଇ ଜଣ ଲୋକ ମିଶି ତାଙ୍କୁ ସାମୂହିକ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅନୁସାରେ, ସ୍କୁଲ ସେତେବେଳେ ପରାମର୍ଶ ଦେଇଥିଲା କି, ସେ ଘରେ ରହି ପାଠ ପଢ଼ନ୍ତୁ । କାରଣ, ସେ ସ୍କୁଲ ଆସିଲେ ପରିବେଶ ଖରାପ ହୋଇପାରେ ।

ଏହାପରେ ଛାତ୍ରୀ ଏଥିରେ ସହମତ ହୋଇଥିଲେ ଏବଂ ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । କିନ୍ତୁ ଯେତେବେଳେ ସେ ଆଡ୍‌ମିଟ କାର୍ଡ ଆଣିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା କି, ସେ ଏହି ସ୍କୁଲର ଛାତ୍ରୀ ନୁହନ୍ତି । ଏହାପରେ ଛାତ୍ରୀ ଅନୁଭବ କରିିଥିଲେ ଯେ ଘଟଣାର ତୁରନ୍ତ ପରେ ସ୍କୁଲ ତାଙ୍କ ପ୍ରବେଶକୁ ରୋକି ଦେଇଥିଲା, କାରଣ, ଅନ୍ୟ ଅଭିଭାବକମାନେ ତାଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.