ଲାଡେନ୍‌ଙ୍କୁ କହିଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର, ଅଫିସ୍‌ରେ ଲଗାଇଥିଲେ ଫଟୋ; ଏବେ ବରଖାସ୍ତ ହେଲେ SDO

ନିଜ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ଫଟୋ, ଆଉ ଏବେ ସେ ଚାକିରିରୁ ହୋଇଛନ୍ତି ବରଖାସ୍ତ। ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଉପରିସ୍ଥ ଅଧିକାରୀ ସେବାରୁ ବରଖାସ୍ତ କରିଛନ୍ତି। ଘଟଣା ଉତ୍ତର ପ୍ରଦେଶର।

ନିଜ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ଫଟୋ, ଆଉ ଏବେ ସେ ଚାକିରିରୁ ହୋଇଛନ୍ତି ବରଖାସ୍ତ। ଉତ୍ତର ପ୍ରଦେଶର ଫାରୁଖାବାଦ୍ ଜିଲ୍ଲାରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଉପରିସ୍ଥ ଅଧିକାରୀ ସେବାରୁ ବରଖାସ୍ତ କରିଛନ୍ତି।

ଗୌତମ ନିଜ କାର୍ଯ୍ୟାଳୟରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ନେତା ଲାଡେନ୍‌ର ଫଟୋ ଲଗାଇଥିଲେ। ୟୁପି ପାୱାର କର୍ପୋରେସନର ଚେୟାରମ୍ୟାନ୍ ଏମ୍‌. ଦେବରାଜ ପ୍ରକାଶ ଗୌତମଙ୍କୁ ସେବାରୁ ବରଖାସ୍ତ କରିଛନ୍ତି।

କହି ରଖୁଛୁ କି, ଗୌତମ ଏହି ମାମଲାରେ ପୂର୍ବରୁ ନିଲମ୍ବିତ ହୋଇଥିଲେ। ଏବେ ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ବିତରଣ ନିଗମ ଲିମିଟେଡ୍‌ର ତଦନ୍ତ ଶେଷ ହେବା ପରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ଚେୟାରମ୍ୟାନ୍‌ ତାଙ୍କୁ ବରଖାସ୍ତ କରିଛନ୍ତି।

ଏହାସହ ଗୌତମ ନିଜ ବରିଷ୍ଠ ଅଧିକାରୀମାନଙ୍କୁ ଅଶ୍ଳୀଳ ତଥା ଅଭଦ୍ର ଭାଷା କହିବା ନେଇ ମଧ୍ୟ ଅଭିଯୋଗ ରହିଥିଲା, ଯାହା ପରେ ବିଭିନ୍ନ ସ୍ତରରେ ତଦନ୍ତ କମିଟି ତଦନ୍ତ କରିଥିଲା ଏବଂ ଅଭିଯୋଗ ସବୁ ସତ ପ୍ରମାଣିତ ହେବା ପରେ ଏବେ ଗୌତମଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

ଏହି ମାମଲା ଗତବର୍ଷ ଜୁନ୍‌ ମାସର। ସେହି ସମୟରେ ଏସଡିଓ ରବିନ୍ଦ୍ର ପ୍ରକାଶଙ୍କ କାର୍ଯ୍ୟାଳୟରେ ଲାଗିଥିବା ଓସାମା ବିନ୍ ଲାଡେନ୍‌ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଲାଡେନ୍‌ର ଫଟୋ ସହିତ ଏହା ତଳେ ଲେଖାଥିଲା, ‘ଓସାମା ବିନ୍‌ ଲାଡେନ୍‌ ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.