ଲକଡାଉନ ୩: ଖୋଲିଲା ମଦ ଦୋକାନ, ପାହାନ୍ତିଆରୁ ଲାଇନ କରିଛନ୍ତି ଲୋକେ; ଦେଖନ୍ତୁ ଫୁଟେଜ

ଆଜିଠୁ ସାରା ଦେଶରେ ଲକଡାଉନ ୩ ଆରମ୍ଭ ହୋଇଛି। କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣିଥରେ ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ପୁଣିଥରେ ଦୁଇ ସପ୍ତାହ ପାଇଁ ଲକଡାଉନ ଲାଗୁହେବ। ତେବେ ଚଳିତ ଲକଡାଉନରେ କେତେକ ଜିନିଷ ଉପରେ ସରକାର ଛାଡ଼ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ମଦ। ଆଜି ମଦ କିଣିବା ପାଇଁ ଲୋକମାନେ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଦେଖିବା ମଦ କିଣିବାକୁ କେଉଁ ରାଜ୍ୟରେ କି ପରିସ୍ଥିତି ରହିଛି…

କର୍ଣ୍ଣାଟକ:

Lockdown-3: खुल गई शराब की दुकानें, सुबह से ही लग गई लाइन, देखें तस्वीरें

କର୍ଣ୍ଣାଟକରେ ସକାଳ ୭ରୁ ରାତି ୯ଟା ଯାଏଁ ମଦ କିଣିବାକୁ ଅନୁମତି ଦିଆଯାଇଛି। ଦୀର୍ଘ ଦିନ ପରେ ମଦ ମିଳୁଥିବାରୁ ଲୋକମାନେ ସକାଳୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି।

ଛତିଶଗଡ଼:

Lockdown-3: खुल गई शराब की दुकानें, सुबह से ही लग गई लाइन, देखें तस्वीरें

ଛତିଶଗଡ଼ର ରାଇପୁରରେ ମଦ କିଣିବାକୁ ଲୋକମାନେ ସକାଳ ୭ଟାରୁ ଲାଇନ କରି ଠିଆ ହୋଇଛନ୍ତି। ତେବେ ଏଠାରେ ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ରଖିଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ:


ରାଜଧାନୀ ଦିଲ୍ଲୀରେ ମଧ୍ୟ ମଦ କିଣିବାକୁ ଲୋକେ ରାତି ଅଧରୁ ଲାଇନ କରିଛନ୍ତି। ଏଠାରେ ଲୋକେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ବଜାୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.