ମନମୋହନ ସିଂଙ୍କୁ ଦେଖି ପାଖକୁ ଦୌଡ଼ିଗଲେ ପିଏମ୍‌ ମୋଦି, ପୂର୍ବତନ ପିଏମ୍‌ଙ୍କୁ ହାତ ଧରି ଉଠାଇଲେ ସୁରକ୍ଷାକର୍ମୀ, ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଞ୍ଜାବର ଗୁରୁଦାସପୁରରେ ଡେରା ବାବା ନାନକଠାରେ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପରେ ପିଏମ୍‌ ମୋଦି ଯେତେବେଳେ କରତାରପୁର ଯାଉଥିବା ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଉଥିଲେ, ସେହି ସମୟରେ ତାଙ୍କ ନଜର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପଡ଼ିଥିଲା। ମନମୋହନ ସିଂ ଏହି ଶିଖ୍‌ ଶ୍ରଦ୍ଧାଳୁଙ୍କ ଦଳରେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସୁଥିବାର ଦେଖି ମନମୋହନ ସିଂ ସୁରକ୍ଷାକର୍ମୀଙ୍କ ସାହାରାରେ ଉଠିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୋଦି ତାଙ୍କୁ ବସିବାକୁ କହିଥିଲେ।

ଏହାସହ ପଢ଼ନ୍ତୁ: କର୍ତ୍ତାରପୁର ସାହିବ କରିଡର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁ ନାନକଙ୍କ ୫୫୦ତମ ଜନ୍ମଦିନରେ ଯୋଗ ଦେବାକୁ…

ଏହାପରେ ମୋଦି ମନମୋହନ ସିଂଙ୍କ ପାଖକୁ ଯାଇ କିଛି ସମୟ କଥା ହୋଇଥିଲେ। ଭିଡିଓରେ ଶୁଣିବାକୁ ମିଳୁଛି, ପିଏମ୍‌ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କହୁଛନ୍ତି, ୯ ନଭେମ୍ବରରେ ବର୍ଲିନର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ୯ ନଭେମ୍ବରରେ ହିଁ କରତାରପୁର କରିଡର ଖୋଲିଲା ଏବଂ ଏହିଦିନ ହିଁ ଅଯୋଧ୍ୟା ରାମ ମନ୍ଦିର ଉପରେ ନିଷ୍ପତ୍ତି ଆସିଲା। କିନ୍ତୁ ଏହି ସମୟରେ ମନମୋହନ ସିଂ କିଛି ବି ପ୍ରତିକ୍ରିୟା ଦେଇ ନ ଥିଲେ। ଏହାପରେ ପିଏମ୍‌ ମୋଦି ଲୋକଙ୍କୁ ଅଭିବାଦନ ଦେଇ ସେଠାରୁ ଚାଲିଯାଇଥିଲେ।

ଏହାସହ ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ଶିଙ୍ଘ ମାଛ, ସତ ଜାଣିବା ପରେ ଆଶ୍ଚର୍ଯ୍ୟର ସୀମା ରହିଲାନି

ମୋଦି ଡେରା ବାବା ନାନକରେ ଶିଖ୍‌ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କରତାରପୁର କରିଡର ଖୋଲିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ମୋଦି କହିଥିଲେ, ଦେଶକୁ କରତାରପୁର ସାହିବ କରିଡର ସମର୍ପିତ କରିବା ମୋ ପାଇଁ ସୌଭାଗ୍ୟର କଥା। ସେ ସାରା ବିଶ୍ୱର ଶିଖ୍‌ ସମ୍ପ୍ରଦାୟର ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.