ଏହି କୁକୁରର ‘swag’ ଦେଖି ସୋସିଆଲ ମିଡିଆରେ ୟୁଜର କଲେ ବାଃ ବାଃ, ସ୍ମାର୍ଟଫୋନ୍‌ ସହ ତୁଳନା କଲେ ଅଭିନେତା ବିବେକ ଓବରାୟ, ଦେଖନ୍ତୁ ଭିଡିଓ

ଜୀବନକୁ ଉପଭୋଗ କରିବାରେ ମଣିଷଠାରୁ କିଛି କମ୍‌ ନୁହେଁ କୁକୁର। ଏହାର ପ୍ରମାଣ ଏବେ ଏକ ଭିଡିଓରେ ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ପୂରା ଛାଇଯାଇଛି। ଲୋକେ ଏହି ଭିଡିଓକୁ ଏତେ ପସନ୍ଦ କରିଛନ୍ତି ଯେ ୨ ଦିନ ଭିତରେ ଏହାକୁ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

d3

କେବଳ ଏତିକି ନୁହେଁ, ଭିଡିଓକୁ ଦେଖିଲା ପରେ କିଛି ୟୁଜର କହିଛନ୍ତି, ସେମାନେ ଆଜି ପଯ୍ୟର୍ନ୍ତ ଦେଖିଥିବା ଭିଡିଓ ମଧ୍ୟରୁ ଏହା ସବୁଠାରୁ ବେଷ୍ଟ ଭିଡିଓ। ସେହିପରି କିଛି ଲୋକ ଏହାକୁ ନନ୍‌ଷ୍ଟପ୍‌ ଦେଖିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ପାଖାପାଖି ୧୫ ସେକେଣ୍ଡର ଏହି ଭିଡିଓକୁ ଖୁବ୍‌ଶୀଘ୍ର ୧ କୋଟି ଭ୍ୟୁ ମିଳିବାକୁ ଯାଉଛି।

ଭିଡିଓକୁ @akkitwts ନାମକ ଟୁଇଟର ୟୁଜର ୨ ଫେବୃୟାରୀରେ ଶେୟାର କରିଥିଲେ। ସେ ଲେଖିଥିଲେ ଯେ ‘ଆଜିର ସବୁଠାରୁ କମାଲ ଜିନିଷ, ଯାହାକୁ ଆପଣ ଦେଖିବେ’। ଏହି ଭାଇରାଲ ଭିଡିଓକୁ ୪ ଲକ୍ଷ ଲାଇକ୍ସ, ୧ ଲକ୍ଷ ରି-ଟୁଇଟ୍‌ ମିଳିସାରିଲାଣି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କୁକୁର କେଉଁଆଡ଼ୁ ଏକ ସ୍କେଟିଂ ବୋର୍ଡ ଆଣି ବରଫରେ ସ୍କେଟିଂ କରି ପଳାଉଛି।

d5

ତେବେ ଭିଡିଓକୁ ଦେଖି ବଲିଉଡ୍‌ ଅଭିନେତା ବିବେକ୍‌ ଓବରାୟ ମଜାଳିଆ ଢଙ୍ଗରେ କହିଥିଲେ, ‘ସତରେ ସୁନ୍ଦର!!! ଏକ ସ୍ମାର୍ଟ ଡଗ୍‌, ଏକ ସ୍ମାର୍ଟଫୋନ୍‌ରୁ ଅଧିକ ଭଲ! Lol!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.