ଜୀବନ ଯୁଦ୍ଧରେ ହାରିଗଲା ଅଢ଼େଇ ବର୍ଷର ଶିଶୁକନ୍ୟା, ୫୫ ଘଣ୍ଟା ପରେ ବୋରୱେଲରୁ ଗମ୍ଭୀର ଅବସ୍ଥାରେ ହୋଇଥିଲା ଉଦ୍ଧାର

ମଧ୍ୟ ପ୍ରଦେଶର ସିହୋରରେ ୩୦୦ ଫୁଟ୍‌ ଗଭୀର ବୋରୱେଲରେ ଖସି ପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟା ଶେଷରେ ଆଖି ବୁଜିଛି। ପାଖାପାଖି ୫୫ ଘଣ୍ଟା ପରେ ଶିଶୁକୁ ବୋରୱେଲରୁ ବାହାର କରାଯାଇଥିଲା।

ମଧ୍ୟ ପ୍ରଦେଶର ସିହୋରରେ ୩୦୦ ଫୁଟ୍‌ ଗଭୀର ବୋରୱେଲରେ ଖସି ପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟା ଶେଷରେ ଆଖି ବୁଜିଛି। ପାଖାପାଖି ୫୫ ଘଣ୍ଟା ପରେ ଶିଶୁକୁ ବୋରୱେଲରୁ ବାହାର କରାଯାଇଥିଲା। ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାକୁ ବଞ୍ଚାଯାଇ ପାରି ନ ଥିଲା।

ମଙ୍ଗଳବାର ଦ୍ୱିପ୍ରହରରେ ମୁଙ୍ଗାବଲୀ ଗାଁର ଏକ ଚାଷଜମିରେ ୩୦୦ ଫୁଟ୍‌ ଗଭୀର ବୋରୱେଲରେ ଶିଶୁଟି ଖସି ପଡ଼ିଥିଲା। ଉଦ୍ଧାର ଅଭିଯାନର ତୃତୀୟ ଦିନରେ ଶିଶୁକୁ ବାହାର କରାଯାଇଥିଲା। ଗୁଜରାଟରୁ ଆସିଥିବା ୩ ସଦସ୍ୟ ବିଶିଷ୍ଟ ରୋବୋଟିକ୍‌ ଟିମ୍‌ ଶିଶୁକନ୍ୟାକୁ ବାହାରକୁ ଆଣିଥିଲେ।

ରୋବୋଟିକ୍‌ ଟିମ୍‌ ହୁକ୍‌ ମାଧ୍ୟମରେ ୩୦୦ ଫୁଟ୍‌ ଗଭୀର ବୋର୍‌ରେ ଫସିଥିବା ଶିଶୁକୁ ବାହାରକୁ ଆଣିଥିଲେ। ଘଟଣାସ୍ଥଳରେ ଆମ୍ବୁଲାନ୍ସ ମୁତୟନ ଥିଲା। ଶିଶୁ ଉଦ୍ଧାର ହେବା କ୍ଷଣି ତୁରନ୍ତ ତାକୁ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ସେଠାରେ ପୂର୍ବରୁ ଡାକ୍ତରୀ ଟିମ୍‌ ଆଲର୍ଟ ମୋଡ୍‌ରେ ଥିଲେ। ତଥାପି ଶିଶୁଟିର ଜୀବନ ରକ୍ଷାହୋଇ ପାରି ନ ଥିଲା। ଏହି ଘଟଣାକୁ ନେଇ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ନିଜ ଘର ନିକଟସ୍ଥ ଚାଷଜମିରେ ଅଢ଼େଇ ବର୍ଷର ଶିଶୁକନ୍ୟା ଖେଳୁଥିଲା। ଏହି ସମୟରେ ସେ ୩୦୦ ଫୁଟ୍‌ ଗଭୀର ବୋରୱେଲ ଭିତରେ ଖସି ପଡ଼ିଥିଲା। ଏହି ବୋରୱେଲ ତିନିମାସ ପୂର୍ବେ ପଡୋଶୀଙ୍କ ଦ୍ୱାରା ଖୋଳା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.