HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ

କିଛି ଗାଡ଼ି HSRP ରେଜିଷ୍ଟ୍ରେସନ ପ୍ଲେଟ ନଲଗାଇ ରାସ୍ତାରେ ଗାଡ଼ି ଚଳାଉଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଜୁନ ୨୦୨୩ରୁ HSRP ବିନା ଚାଲୁଥିବା ଯାନଗୁଡ଼ିକୁ ଚିହ୍ନଟ କରିବା ଏବଂ  ଦଣ୍ଡବିଧାନ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭର ଯୋଜନା କରୁଛି।

କେନ୍ୟୁଜ୍(ବ୍ୟୁରୋ): ହାଇ ସିକ୍ୟୁରିଟି ନମ୍ବର ନଲଗାଇଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଜୁନ ୨୩ ପରେ କଟିବ ଚାଲାଣ । ଆଜି ଏପରି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପରବହନ ବିଭାଗ। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିବହନ ବିଭାଗ କହିଛି,  ଓଡିଶା ରେଜିଷ୍ଟ୍ରେନସ ମାର୍କଥିବା ୧/୦୪/୨୦୧୯ ପୂର୍ବରୁ ପଞ୍ଜିକ୍‌ତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ(HSRP)ଲଗାଇବା ଅବଧି ୨୮/୦୨/୨୩ ତାରିଖରେ ଶେଷ ହୋଇଯାଇଛି। ଏହା ଦେଖାଯାଇଛି ଯେ କିଛି ଗାଡ଼ି HSRP ରେଜିଷ୍ଟ୍ରେସନ ପ୍ଲେଟ ନଲଗାଇ ରାସ୍ତାରେ ଗାଡ଼ି ଚଳାଉଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଜୁନ ୨୦୨୩ରୁ HSRP ବିନା ଚାଲୁଥିବା ଯାନଗୁଡ଼ିକୁ ଚିହ୍ନଟ କରିବା ଏବଂ  ଦଣ୍ଡବିଧାନ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭର ଯୋଜନା କରୁଛି।

ଏକ ପ୍ରେସ ନୋଟରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଏବଂ ଏନଫୋର୍ସମେଣ୍ଟ  ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ୭/୦୬/୨୦୨୩ ସୁଦ୍ଧା ମୋଟ ୪୦,୯୩,୬୦୮ ଗାଡ଼ି ମାଲିକ ସ୍ଲଟ ବୁକ କରିଛନ୍ତି। ସେଥିମଧ୍ୟରୁ ୩୫,୮୭,୫୭୭ ଗାଡ଼ିର HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବାପାଇଁ ଯାନବାହାନ ମାଲିକମାନଙ୍କୁ ଶ୍ରୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.