ସେଲ୍ଫି ନିଶା ବଞ୍ଚାଇ ଦେଲା ମଡେଲଙ୍କ ଜୀବନ, ପେଟରେ ବଢ଼ୁଥିବା କଳାଜାଈ ତଳେ ଲୁଚିଥିଲା ମୃତ୍ୟୁ

ସେଲ୍ଫି ନିଶାରେ ପଡ଼ି ଲୋକଙ୍କ ଜୀବନ ଯିବା ଭଳି ଖବର ଆପଣ ଅନେକବାର ଶୁଣିଥିବେ। କିନ୍ତୁ ଏହା କେବେ ଶୁଣିଛନ୍ତି କି? ସେଲ୍ପି ଯୋଗୁ କାହାର ଜୀବନ ବଞ୍ଚିଯିବାର? ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ଇଂଲଣ୍ଡର ଭୋଲଭରହାମ୍ପଟନ୍‌ ସହରର।

୨୧ ବର୍ଷୀୟା ଜଣେ ମଡେଲ କ୍ଲୋ ଜୋର୍ଡାନ୍‌, ଯାହାଙ୍କ ଜୀବନ ସେଲ୍ଫି ଯୋଗୁ ବଞ୍ଚିଯାଇଛି। ଜୋର୍ଡାନ୍‌ ଭୋଲଭରହାମ୍ପଟନ୍‌ ସହରରେ ରହୁଛନ୍ତି। ତାଙ୍କର ସେଲ୍ଫି ଉଠାଇବାରେ ସଉକ ରହିଛି। ତେବେ ଯେତେବେଳେ ସେ ସେଲ୍ଫି ନେଉଥିଲେ, ତାଙ୍କ ପେଟରେ ଥିବା ଏକ କଳାଜାଈ ଫଟୋକୁ ଖରାପ କରିଦେଉଥିଲା। ତେଣୁ ସେ କଳାଜାଈକୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ଏବଂ ଦିନେ ସେ ଡାକ୍ତରଙ୍କ ପାଖକୁ ଗଲେ। କିନ୍ତୁ ଯେବେ ତାଙ୍କୁ କଳାଜାଈର ସତ୍ୟତା ବିଷୟରେ ଜଣାପଡ଼ିଲା, ସେବେ ତାଙ୍କ ପାଦ ତଳୁ ମାଟି ଖସିପଡ଼ିଲା। ଡାକ୍ତର ଏକ୍ସ-ରେ କରିବା ପରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଏକ୍ସ-ରେ ରିପୋର୍ଟରେ ଜଣାପଡ଼ିଥିଲା କି, କଳାଜାଈ ତଳେ ସ୍କିନ୍‌ କ୍ୟାନସର ବଢ଼ୁଛି। ତେବେ ଏହା କ୍ୟାନସର ପ୍ରଥମ ଷ୍ଟେଜ୍‌ ଥିଲା, ଯାହାର ଚିକିତ୍ସା ସମ୍ଭବ ବୋଲି ଡାକ୍ତରମାନେ କହିଥିଲେ।

ଏହାସହ ପଢ଼ନ୍ତୁ: ବୟସ ଆଗରେ ହାର ମାନିନି ନିଶା, ୪୨ ମିଟର ଗଭୀର ପାଣିରେ କରିସ୍ମା ଦେଖାଇଲେ ୯୬ ବର୍ଷୀୟ ବୃଦ୍ଧ

ଗତ ୩ ମାସ ଧରି ଜୋର୍ଡାନଙ୍କ ଚିକିତ୍ସା ଚାଲିଥିଲା। ସର୍ଜରୀ ପରେ ଏବେ ସେ ସୁସ୍ଥ ଅଛନ୍ତି। ଜୋର୍ଡାନ୍‌ ତାଙ୍କର ଏହି ପୂରା ଘଟଣାକୁ ସୋସିଆଲ ମିଡିଆରେ ଜଣାଇଥିଲେ। ଏହାସହିତ ସେ ଶରୀରରେ ଯେକୌଣସି ପରିବର୍ତ୍ତନ ଦେଖାଦେଲେ ସବୁବେଳେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.