ବଡ଼ମ୍ବା: କଲେଜ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାଲ ଲୋକେ

ବଡ଼ମ୍ବା ଥାନା ଅଭିମାନପୁର ଆର ପି ରେସିଡେନ୍‌ସିଆଲ କଲେଜରେ କଲେଜ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ। ପରିବାର ଲୋକେ ଏହାକୁ ହତ୍ୟା ନେଇ ଅଭିଯୋଗ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନାର ଗୋରିଲୋ ଗାଁର ସୂର୍ଯ୍ୟକାନ୍ତ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ଗତକାଲି ସଂଧ୍ୟାରେ ସୂର୍ଯ୍ୟକାନ୍ତ ଅସୁସ୍ଥ ଥିବା ନେଇ ଘରକୁ ଫୋନ ଯାଇଥିଲା। ଏହାସହ ତାଙ୍କୁ ଘରକୁ ନେଇ ଯିବାକୁ ମଧ୍ୟ କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ତେବେ ଆଜି ତାଙ୍କ ପରିବାର ଲୋକେ ସୂର୍ଯ୍ୟକାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

 

Leave A Reply

Your email address will not be published.