୨୨୨ ଟଙ୍କାରେ ମିଳିବ କରୋନା ଟିକା, ସେରମ ଇନଷ୍ଟିଚ୍ୟୁଟ ଯୋଗାଇ ଦେବ ୨୦ କୋଟି ଟିକା

କେନ୍ୟୁଜ (ବ୍ୟୁରୋ): କରୋନା ଚିନ୍ତା ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର। ୨୨୨ଟଙ୍କାରେ ମିଳିବ କରୋନା ଟିକା। ଟିକା ଉତ୍ପାଦନର ଅଗ୍ରଣୀ ପ୍ରତିଷ୍ଠାନ ସେରମ ଇନଷ୍ଟିଚ୍ୟୁଟ ୨୦ କୋଟି ଟିକା ଯୋଗାଇ ଦେବ। ପୂର୍ବରୁ ସେରମ ୧୦ କୋଟି ଟିକା ଯୋଗାଇବାକୁ ଚୁକ୍ତି କରିଥିବା ବେଳେ ବର୍ତ୍ତମାନ ଆଉ ଅଧିକ ୧୦ କୋଟି ଟିକା ଯୋଗାଇବ। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଗାଭି ଓ ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ ମଧ୍ୟରେ ଏନେଇ ରାଜିନାମା ହୋଇଛି। ଏହାଦ୍ୱାରା ଭାରତ ସମେତ ନିମ୍ନ ଓ ମଧ୍ୟମ ଅର୍ଥନୀତି ଥିବା ଦେଶଗୁଡ଼ିକ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।