କରୋନା ସମୟରେ ପ୍ରପର୍ଟି କିଣିବାକୁ ଚାହୁଁଛନ୍ତି କି? ଜାଣିରଖନ୍ତୁ ଏହି ସବୁ ତଥ୍ୟ

ଆମେ ସମସ୍ତେ ଜାଣିଛେ ଜଣେ ସାଧାରଣ ମଣିଷ ପାଇଁ ତିନୋଟି ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ଖାଦ୍ୟ,ବସ୍ତ୍ର ଓ ବାସଗୃହ। କିନ୍ତୁ ଏସମସ୍ତ ମଧ୍ୟରୁ ଜୀବନର ସବୁଠାରୁ ବଡ ଖର୍ଚ୍ଚ ବାସଗୃହ ପାଇଁ ହୋଇଥାଏ ଯେଉଁଥିରେ ଆମେ ଜୀବନର ସମସ୍ତ ଜମାପୁଞ୍ଜି ଖର୍ଚ୍ଚ କରିଥାଉ । ଏନେଇ ଜମି ବା ସମ୍ପତ୍ତି କିଣିବା ସମୟରେ ଆମକୁ ଅନେକ କଥା ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ । ଜାଗା କିଣିବା ସମୟରେ ଆମେ ନିଜ ବଜେଟକୁ ଦୃଷ୍ଟିରେ ରଖିବା ସହିତ ନିଜ ରହିବାର ସୁବିଧା ଅନୁସାରେ ଜାଗାର ଚୟନ କରିଥାଉ ।ଏହା ସହିତ ନିଜ ଆୟ ଅନୁସାରେ କେତେ ଇଏମଆଇ ଦେବାକୁ ହେବ ତାହା ମଧ୍ୟ  ଧ୍ୟାନରେ ରଖି ଜମି କିଣାଯାଇଥାଏ । ବର୍ତ୍ତମାନ କରୋନା ସମୟରେ ଘରକ୍ରୋତା ମାନଙ୍କ ପାଇଁ ବିଶେଷ କରି ବର୍ତ୍ତମାନ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଏହି ସବୁ କାରଣ ଉପରେ ବିଚାର କରିବା ଅଧିକ ଆବଶ୍ୟକ ହୋଇପଡିଛି। ତେବେ ବର୍ତ୍ତମାନର ଫାଇନାନସିଆଲ ଅନସର୍ଟିନିଟିକୁ ଦୃଷ୍ଟିରେ ରଖି ଘରକ୍ରୋତାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବଦ୍ଧରେ କିଛି ପ୍ରଶ୍ନର ଉତ୍ତର ଦିଆଯାଇଛି ।

ପ୍ରାଥମିକ ସଂଶୋଧନକୁ ଅପେକ୍ଷା କରିବା ଉଚିତ ନା ନାହିଁ?

ଗତ କିଛି ବର୍ଷରୁ ସମସ୍ତ ପଦାର୍ଥର ଦାମ ସ୍ଥିର ହୋଇଥିଲାବେଳେ କୋଭିଡ ପରେ କିଛି ସ୍ଥାନରେ ଦାମ୍‌ରେ ଅଳ୍ପ କିଛି ସୁଧାର ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତରେ କୋଭିଡ ପରେ ମୂଲ୍ୟରେ ପ୍ରାୟ ୫-୧୦% ପର୍ଯ୍ୟନ୍ତ ଉନ୍ନତି ଦେଖାଯାଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହିଭଳି ଉନ୍ନତି ଦେଖାଯିବାର ସମ୍ଭାବନା କମ ରହିଛି । ୫-୬% ଉନ୍ନତି ପ୍ରଥମ ହୋଇସାରିଥିବା ବେଳେ ଆଉ ୫-୬% ଉନ୍ନତି ଉତ୍ସବ  ସିଜିନରେ ହେବାକୁ ଯାଉଥିବାରୁ ଲୋକଙ୍କୁ ଏଥିପ୍ରତି ସଚେତନ ରହିବାକୁ କୁହାଯାଇଛି । ତେବେ ବିଲ୍ଡର ରେଡି-ଟୁ-ମୁଭ-ଇନ-ପ୍ରପର୍ଟିରେ ଏତେ ମାତ୍ରରେ ରିହାତି ଦେଉନଥିବାରୁ ମୂଲ୍ୟରେ ଅଧିକ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ମଧ୍ୟ ବିଶେଷଜ୍ଞ କହିଛନ୍ତି। କମ୍‌ ମୂଲ୍ୟରେ ଜମି କିଣିବା ପାଇଁ ଘରକ୍ରୋତା ମାନଙ୍କୁ ଡେଭଲର୍ପସ ବାରଗେନିଙ୍ଗ ଉପରେ ଅଧିକ ପରିଶ୍ରମ କରିବାକୁ ପଡିବ ।

house2

ଘର କିଣିବା ପାଇଁ କେତେ ମାତ୍ରାରେ ବଜେଟ ବଢାଇବା ଆବଶ୍ୟକ?

ବର୍ତ୍ତମାନ କରୋନା ସମୟରେ ଆପଣଙ୍କୁ ପ୍ରଥମେ ଆପଣଙ୍କ ଚାକିରି କିମ୍ବା ବ୍ୟବସାୟକୁ ଧ୍ୟାନରେ ରଖି ବଜେଟ ତିଆରି କରିବାକୁ ହେବ । ଅର୍ଥାତ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଜମି ବା ଘର କଣିଲା ପରେ ଯେପରି ଅତ୍ୟଧିକ ଲିଭରେଜ ଦ୍ୱାରା ଆପଣଙ୍କୁ ଚାକିରି ଛାଡିବାର ପରିସ୍ଥିତିର ସମ୍ମୁଖୀନ ହେବାକୁ ନପଡେ । ବିଶେଷଜ୍ଞଙ୍କ ମତରେ ନିଟ୍‌ ଆୟର ୩୦% ର EMI ରହିଥାଏ ଏବଂ ଦୁଇଗୁଣ ଆୟ ରହିଥିବା ପରିବାର ପାଇଁ ମଧ୍ୟ ସମାନ EMI କ୍ୟାପିଂ ରହିବ । ଏହିସବୁ କାରଣରୁ ବେଳେ ବେଳେ ଚାକିରି ଉପରେ କୋଭିଡର ପ୍ରଭାବ ପଡିବାର ସମ୍ଭାବନା ରହିଛି ।

ଅଣ୍ଡର କନ୍ସଟ୍ରକସନ କିମ୍ବା ରେଡି-ଟୁ-ମୁଭ-ଇନ ପ୍ରପର୍ଟି ?

ବିକାଶକାରୀମାନେ ସାଧାରଣତଃ ନିର୍ମାଣ କାର୍ଯ୍ୟ ସମଭେନ୍ସନ୍‌ ଯୋଜନା ସହିତ ଜଡିତ ନମନୀୟ ଦେୟ ଯୋଜନା ପ୍ରଦାନ କରିଥାନ୍ତି ଯେଉଁଠାରେ ଆପଣ ମୋଟ୍‌ ମୂଲ୍ୟର ୧୦-୨୦% ଦେୟ ଦେବା ପରେ ଏକ ଘର ବୁକ୍‌ କରିପାରିବେ ତେଣୁ ଅଣ୍ଡର କନ୍ସଟ୍ରକସନ ଘର ଅଧିକ ସୁଲଭ ହେବ ବୋଲି କୁହାଯାଇଛି। ଏହି ଘର ଅଧିନରେ ବିକ୍ରୟ ପାଇଁ ଆର୍କଷଣୀୟ ଯୋଜନା ଗୁଡିକୁ ଆଗକୁ ବଢାଯାଇଛି କିନ୍ତୁ ସମ୍ପତ୍ତିଟି ଠିକ୍‌ ସମୟରେ ଶେଷ ନହେବାର ଆଶଙ୍କା ରହିଛି। ରେଡି-ଟୁ-ମୁଭ-ଇନ ପ୍ରପର୍ଟି କିଣିବା ଅଧିକ ସୁଲଭ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଅଧିକ  ଖର୍ଚ୍ଚ କରିବାକୁ ପଡିବ ।

house

ନିଜ ଘର କିମ୍ବା ଭଡା ଘର ?

ନିଜ ଘର କିଣିବାକୁ ସମସ୍ତଙ୍କୁ ଇଚ୍ଛା ରହିଥାଏ କିନ୍ତୁ ଏକ ଘର କିଣିବା ପାଇଁ ନିଜ ଜୀବନର ସମସ୍ତ ଜମାପୁଞ୍ଜି ଖର୍ଚ୍ଚ କରିବାକୁ ପଡିଥାଏ । ଅନ୍ୟପକ୍ଷରେ ଭଡା ଘରେ ରହିଲେ ମାସକୁ ମାସ ଭଡା ଦେବା ସହ ଆପଣଙ୍କୁ ଅର୍ଥ ସଞ୍ଚୟ କରିବାକୁ ସୁଯୋଗ ମିଳିପାରେ ନାହିଁ । ଏହିସବୁ ଜିନିଷ ଆପଣଙ୍କ ଚାକିରି ଉପରେ ମଧ୍ୟ ର୍ନିଭର କରିଥାଏ । ଯଦି ଆପଣଙ୍କ ଚାକିରିର ସ୍ଥାନ ସ୍ଥାୟୀ ହୋଇନଥାଏ ଆପଣଙ୍କୁ ଚାକିରି ପାଇଁ ଭିନ୍ନ ଭିନ୍ନ ସହର ବା ରାଜ୍ୟ ଭ୍ରମଣ କରିବାକୁ ପଡେ ତେବେ ଘର କିଣିବା ଆପଣଙ୍କ ପାଇଁ ଉଚିତ ହେବନାହିଁ । କୌଣସି ଏକ ସ୍ଥାନରେ ସ୍ଥାୟୀ ଭାବରେ ରହିବା ପାଇଁ ସ୍ଥିର କଲେ ହିଁ ଜାଗା କିଣିବା ଉଚିତ ହେବ ।

ରିୟଲ ଇଷ୍ଟେଟରେ ନିବେଶ କରିବା ପାଇଁ ଏହା ଉଚିତ ସମୟ କି?

ବିଶେଷଜ୍ଞଙ୍କ ମତରେ ଜାଗା କିଣି ତାକୁ ଭଡାରେ ଲଗାଇବା ବୁଦ୍ଧିମାନିର କାମ ନୁହେଁ। ଭଡାରେ ଲଗାଇଲେ ତାର ଆମଦାନୀ ଖୁବ କମ୍‌ ରହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ କୋଭିଡ ପାଇଁ ଘର ଭଡା ୨୫-୩୦% କମ ହୋଇ ଯାଇଛି । ଏନେଇ ନିବେଶ ପାଇଁ ଫିକ୍ସ ଡିପୋଜିଟ କିମ୍ବା ଅନ୍ୟ ଏସେଟ କ୍ଲାସକୁ ଗଲେ ଆପଣଙ୍କୁ ଉତ୍ତମ ରିର୍ଟନ ମିଳିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.