KGF ରେ ଲୁଚିଛି ବହୁମୂଲ୍ୟ ପେଲେଡିୟମ ଖୋଜା ଆରମ୍ଭ, ୨୮ ଗ୍ରାମର ମୂଲ୍ୟ ୧.୮ ଲକ୍ଷ ଟଙ୍କା

କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ KGF ରେ ୨୫ ହଜାର କୋଟି ଟଙ୍କାର ପେଲେଡିୟମ୍ ହୋଇପାରେ ବୋଲି କେନ୍ଦ୍ରୀୟ ଖନନ ମନ୍ତ୍ରାଳୟ ସନ୍ଦେହ କରିଛନ୍ତି । ପେଡେଲିୟମ୍ ରୁପା ଭଳି ଏକ ଚମକଦାର ଧାତୁ। ଏହା ଏକ ବହୁମୂଲ୍ୟ ଧାତୁ। ଏହାର ଏକ ଆଉନ୍ସ ଅର୍ଥାତ ୨୮ ଗ୍ରାମର ମୂଲ୍ୟ ୧.୮ ଲକ୍ଷ ଟଙ୍କା। ଏହି ଧାତୁର ବ୍ୟବହାର କାର, ଗହଣା, ଇଲେଟ୍ରୋନିକ୍ସ ଓ ଡେଣ୍ଟିଷ୍ଟ୍ରିରେ କରାଯାଇଥାଏ।

କେଜିଏଫରେ ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ଼ ସାଇଟରେ ଥିବା ଖାଦାନର ଅବଶେଷରେ ୧.୩ କୋଟି ଟନ ପେଲେଡିୟମ୍ ଥାଇପାରେ ବୋଲି ଅନୁମାନ କରାଯାଉଛି। ଏକ ସମୟରେ ଏହି ଖାଦାନରେ ହଜାର ହଜାର ଲୋକ କାମ କରୁଥିଲେ। ପୁରା ଗୋଟିଏ ସହରର ଅର୍ଥ ବ୍ୟବସ୍ଥା ଏହି ଖାଦାନ ଉପରେ ନିର୍ଭରଶୀଳ ଥିଲା। କେଜିଏଫ ଗୋଲ୍ଡ ମାଇ ନିଂକୁ ୨୦୧୨ ମସିହାରେ ବନ୍ଦ କରିଦିଆଯାଇଥିଲା। କାରଣ ଏଠାରେ ସୁନା ଖନନର ଶୁଳ୍କ ବଢିଯାଇଥିଲା ଏବଂ ରାଜସ୍ବ ହ୍ରାସ ପାଇଥିଲା।

gold

କୋଲାର ଗୋଲ୍ଡ ଫିଲ୍ଡରେ ସର୍ବ ପ୍ରଥମେ ୧୯୦୨ ମସିହାରେ ସୁନା ଖନନ ଆରମ୍ଭ ହୋଇଥିଲା । ସେତେବେଳେ ଇଂରେଜ ଏହାକୁ ମିନି ଇଂଲଣ୍ଡ ନାଁ ଦେଇଥିଲେ। କାରଣ ଏସିଆରେ ଜାପାନ ପରେ କେଜିଏଫ ହିଁ ଏମିତି ଏକ ନଗର ଥିଲା ଯେଉଁଠାରେ ବିଜୁଳି ଥିଲା । ଏଠାରେ ପାଣି ଉପଲବ୍ଧତା ପାଇଁ ଇଂରେଜ ଏକ କୃତ୍ରିମ ହ୍ରଦ ନିର୍ମାଣ କରିଥିଲେ। ୧୨୧ ବର୍ଷ ଯାଏଁ ଲଗାତାର ଏଠାରୁ ସୁନା ଖନନ ହୋଇଥିଲା।

ଯଦି ଏଠାରୁ ପେଲେଡିୟମ୍ ମିଳେ ଏବଂ ଏହାର ଖନନ ବ୍ୟବହାରିକ ହୁଏ ତାହେଲେ ଏହାଦ୍ୱାରା ସରକାରଙ୍କୁ ନା କେବଳ ଲାଭ ହେବ ବରଂ ଏହି ଅଞ୍ଚଳରେ ପୁଣିଥରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବ। କେନ୍ଦ୍ର କୋଇଲା ଓ ଖନନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ଦିନ କହିଛନ୍ତି ଯେ, ମିନେରାଲ ଏକ୍ସପ୍ଲୋରେସନ୍ କର୍ପୋରେସନ କିମିଟେଡ଼ କୋଲାର ଗୋଲ୍ଡ ଫିଲ୍ଡ KGF) ରେ ତଲାସୀ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେ ଟ୍ୱିଟରରେ ଟ୍ୱିଟ କରିଛନ୍ତି ଯେ, କୋଲାର ଗୋଲ୍ଡ ଫିଲ୍ଡର ବିତ୍ତ୍ରାସ୍ୱାମୀ ବ୍ଲକରେ ତଲାସୀ ଉଦ୍ଦେଶ୍ୟରେ ଖନନ କାର୍ଯ୍ୟ ସୋମବାର ଥରୁ ଆରମ୍ଭ ହୋଇଛି। ଖନନରେ ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ଼ ବିଜିଏମଏଲର କେଜିଏଫ ସନ୍ଧାନ ସହ ଜଡିତ ମାମଲାର ସମାଧାନରେ ସାହାଯ୍ୟ କରିବା ଯାହା ୧୬ ବର୍ଷ ହେଲା ବିଚାରାଧୀନ ରହିଛି। ଯୋଶୀ କହିଛନ୍ତି ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଅଗଷ୍ଟ ୨୮ ତାରିଖରେ ବୈଠକ ପରେ ତଲାସୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା।