Below header

ସୋମାଲିଆ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୭ ମୃତ, ଅନେକ ଗୁରୁତର

ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ଆଇସକ୍ରିମ ଦୋକାନରେ ଆତ୍ମଘାତୀ ବିସ୍ଫୋରଣରେ ଶନିବାର ଦିନ ୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣ ଅଲ୍‌କାଏଦାର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ଅଲ ଶବାବ କରିଛି ବୋଲି ସୂଚନା ମିଳିଛି। ଏହି ଆକ୍ରମଣ ଆମେରିକାର କାର୍ଯ୍ଯବାହକ ରକ୍ଷା ସଚିବ କ୍ରିଷ୍ଟୋଫର ମିଲରଙ୍କ ଗସ୍ତ ସମୟର କିଛି ଘଣ୍ଟା ପରେ ହୋଇଛି। କ୍ରିଷ୍ଟୋଫର ମିଲର ମୋଗାଦିଶୁକୁ ଆମେରିକାର ରାଷ୍ଟ୍ରଦୂତ ଏବଂ ସୈନ୍ଯ କର୍ମଚାରୀଙ୍କ ସହିତ ସାକ୍ଷତ ପାଇଁ ଯାଇଥିଲେ।

ସରକାରୀ ସୂତ୍ରାନୁଯାୟୀ, ଏହି ନ୍ସଂଶ ଆତ୍ମଘାତୀ ଆକ୍ରମଣରେ ୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ଯ, ପୂର୍ବରୁ ଅଲ ଶବାବ ଆତଙ୍କୀ ସଂଗଠନ ସୋମାଲିଆର ରାଜଧାଧୀରେ ଅନେକ ଆକ୍ରମଣ କରିସାରିଛି। ଚଳିତ ବର୍ଷ ଅଗଷ୍ଟରେ ଏଠାରେ ଆତଙ୍କୀ ହାମଲା କରିଥିଲା ଅଲ ଶବାବ। ଏହି ଘଟଣାରେ ଅତିକମ୍‌ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.