ଥଣ୍ଡା ଦିନେ କାହିଁକି ଅଧିକ ଖାଇଥାନ୍ତି ବାଦାମ, ଜାଣନ୍ତୁ କ’ଣ ରହିଛି ଏହା ପଛରେ ଲାଭ

ବାଦାମକୁ ଫାଇବର ଏବଂ ପ୍ରୋଟିନର ଗନ୍ତାଘର ବା ପାଓ୍ଵାରହାଉସ୍‌ କୁହାଯାଇଥାଏ। ଆଜ୍ଞା ହଁ ବାଦାମ ତ ପ୍ରତ୍ୟେକ ସିଜନ୍‌ ରେ ମିଳିଥାଏ । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହାକୁ ଥଣ୍ଡା ଦିନେ କାହିଁକି ଅଧିକ ସେବନ କରାଯାଇଥାଏ। ଜାଣି ନାହାଁନ୍ତି ନା ! ତେବେ ଆସନ୍ତୁ ଜାଣିବା ବାଦାମରେ କି କି ଗୁଣ ରହିଥାଏ ଏବଂ ଏହାକୁ ସେବନ କରିବା ଦ୍ୱାରା କ’ଣ ଲାଭ ମିଳିଥାଏ।

-ବାଦାମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍ ଏବଂ କ୍ୟାଲସିୟମ ଭରପୁର ଭାବେ ରହିଥାଏ। ଏହିସବୁ ତତ୍ତ୍ୱ ଶରୀରକୁ ପୋଷଣ ଦେବା ସହ ଥଣ୍ଡା ପ୍ରଭାବରୁ ରକ୍ଷା କରିଥାଏ।

peanuts1-ବାଦାମରେ ମାଙ୍ଗାନିଜ୍ ଏବଂ କ୍ୟାଲସିୟମ ରହିଥାଏ। ଏହି କାରଣରୁ ବାଦାମ ଖାଇବା ଦ୍ୱାରା ଶରୀରକୁ ଦୁଇ ପ୍ରକାର ଲାଭ ମିଳିଥାଏ। ଯେପରି ମାଙ୍ଗାନିଜ୍ ହାଡ଼ ଭିତରେ କ୍ୟାଲସିୟମର ଅବଶୋଷଣ ପ୍ରକ୍ରିୟାକୁ ତେଜ୍ କରିବାରେ ସାହାଯ୍ୟ କରିଥାଏ।

-ଥଣ୍ଡା ଦିନେ ବାଦାମ ଖାଇବାଦ୍ୱାରା ଶରୀର ଉପରେ ଥଣ୍ଡାର ପ୍ରଭାବ ପଡିନଥାଏ। ଏହାଦ୍ୱାରା ଆପଣଙ୍କ ଠାରେ ଥଣ୍ଡା ଏବଂ ସଂକ୍ରମଣ ହେବାର ଭୟ ଦେଖାଯାଇନଥାଏ। କାରଣ ବାଦାମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

Ground-nut-ଆପଣମାନେ ଅଧିକାଂଶ ସମୟରେ ହାର୍ଟ ଆଟାକ୍‌ସ, ହାର୍ଟ ଷ୍ଟ୍ରୋକ୍ କିମ୍ବା ବ୍ରେନ୍ ହାମରେଜ୍ ଭଳି ଘଟଣା ଶୁଣିଥିବେ। ଏଭଳି ଘଟଣା ବ୍ୟକ୍ତିଙ୍କ ଜୀବନ ଶୈଳୀ ଓ ସେମାନଙ୍କ ଶରୀର ଉପରେ ଥଣ୍ଡାର ପ୍ରଭାବ ଏବଂ କୋଲେଷ୍ଟ୍ରଲର ଖରାପ ସ୍ତର ପାଇଁ ଦେଖାଯାଇଥାଏ। କିନ୍ତୁ ନିୟମିତ ସୀମିତ ପରିମାଣରେ ବାଦାମ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ।

-ବାଦାମ ଆମ ଶରୀରର ମେଟାବଲିଜମ୍ ଏବଂ ମାଂସପେଶୀକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ଏଥିସହ ବାଦାମରେ ଥିବା ବିଟା କେରୋଟିନ୍ ତ୍ୱଚାର ଗୋଟିଏ ଗୋଟିଏ କୋଷିକା ପର୍ଯ୍ୟନ୍ତ ରକ୍ତ ପ୍ରବାହକୁ ସୁନିଶ୍ଚିତ କରିଥାଏ। ଏହାଦ୍ୱାରା ତ୍ୱଚାରେ କୋମଳତା ଦେଖାଯିବା ସହ ତ୍ୱଚା ନିରୋଗ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.