Below header

ଭୁଶୁଡୁଛି ପାକିସ୍ତାନ ଅର୍ଥନୀତି, ପେଟ୍ରୋଲ ହେଲା ୧୦୦ ଟଙ୍କା

ଘୋର ସଂକଟ ଭିତରେ ପାକିସ୍ତାନ ଅର୍ଥନୀତି । ସବୁ ଜିନିଷର ଦରଦାମ୍‌ ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ଏବେ ପାକିସ୍ତାନରେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୧୪୧ ଟଙ୍କା ହୋଇଛି । ଏଭଳି ସ୍ଥିତିରେ ଅନେକ କମ୍ପାନୀ ସେମାନଙ୍କ ବ୍ୟବସାୟ ବନ୍ଦ କରି ପାକିସ୍ତାନ ଛାଡ଼ି ଚାଲିଯିବାକୁ ସଜବାଜ ହେଲେଣି ।
ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି ପରିବହନ ଉପରେ । ଏପଟେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ସେପଟେ ପରିବହନ ବାବଦ ମୂଲ୍ୟ ବଢ଼ିବା ଫଳରେ ହନ୍ତସନ୍ତ ହେଛନ୍ତି ପାକିସ୍ତାନର ସାଧାରଣ ଜନତା । ୨୦୧୩ ନଭେମ୍ବର ପରେ ଦେଶରେ ମୂଲ୍ୟବୃଦ୍ଧି ସର୍ବାଧିକ ୯.୪୧ ପ୍ରତିଶତରେ ପହଞ୍ଚିଛି ।

PRICE HIKE-1ଏଭଳି ସଂକଟ ସମୟରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ ସୁଧ ହାର ୫୦ ପ୍ରତିଶତ ବଢ଼ାଇ ଦେବା ଫଳରେ ଏହାର ପରିମାଣ କହଞ୍ଚିଛି ୧୦.୭୫ ପ୍ରତିଶତରେ । ସେପଟେ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସାଉଦି ଆରବ ଏବଂ ଚୀନ୍‌ ଆଦି ଦେଶରୁ କୋଟି କୋଟି ଟଙ୍କାର ୠଣ ଆଣି ସାରିଛନ୍ତି । ଏହା ସହିତ ବିଶ୍ୱବ୍ୟାଙ୍କରୁ ମଧ୍ୟ ବିପୁଳ ପରିମାଣର ୠଣ ଅଣାଯାଇଛି । ତେଣୁ ୠଣ ଶୁଝିବା ପାଇଁ ମଧ୍ୟ ରିହାତି ମାଗିଛି ।

ପୁଲଓ୍ଵାମା ବିସ୍ଫୋରଣ ପରେ ପାକିସ୍ତାନକୁ ରପ୍ତାନି ଓ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଭାରତ କଟକଣା ଲଗାଇଛି । ଏହା ପରେ ଭୀଷଣ ସମସ୍ୟାରେ ପଡ଼ିଛି ପାକିସ୍ତାନ ଓ ଇମ୍ରାନ୍‌ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.