ଜଗତେ ନଥିବେ ଏପରି କୁଳାଙ୍ଗାର ପୁତ୍ର, ବାଇକ ପାଇଁ କବରରୁ ଚୋରି କରୁଥିଲା ମୃତ ପିତାମାତାଙ୍କ ହାଡ଼

ସାଧାରଣତଃ କୌଣସି ହରର ଫିଲ୍ମ କିମ୍ବା ଥ୍ରୀଲର ନୋଭେଲରେ ମଣିଷର କବରକୁ କେହି ଖୋଳୁଥିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ । ତେବେ ଆଫ୍ରିକାର ମୋଜାମ୍ବିକରେ ଘଟିଛି ଏପରି ଏକ ଘଟଣା ଯାହା ଶୁଣିବା ମାତ୍ରେ ଆପଣଙ୍କ ଦେହ ଭୟରେ ଥରି ଉଠିବ । ସେଠାରେ ଜଣେ ଯୁବକ ଏକ ବାଇକ ପାଇବା ପାଇଁ ନିଜ ପିତାମାତାଙ୍କ କବର ଖୋଳି ହାଡ଼ ଚୋରି କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

hhhh

ସୂଚନା ଅନୁଯାୟୀ ଯୁବକ ଜଣକ ନମପୁଲାରେ ବାସ କରନ୍ତି । ପୋଲିସର କହିବା ଅନୁଯାୟୀ ସେ ନିଜର ପିତାମାତାଙ୍କ କବର ଏଥିପାଇଁ ଖୋଳୁଥିଲେ ଯାହାଦ୍ୱାରା ସେ କବର ଭିତରୁ ତାଙ୍କ ହାଡ଼ଗୁଡିକ ଚୋରିକରି ବିକ୍ରି କରିପାରିବେ । ବ୍ୟକ୍ତିଜଣକ ପୋଲିସକୁ କହିଛନ୍ତି ଯେ ହାଡ଼ଗୁଡିକ ବଦଳରେ ତାଙ୍କୁ ଏକ ମୋଟରସାଇକେଲ ମିଳିଯାଇଥାନ୍ତା । ବ୍ୟକ୍ତିଙ୍କ କହିବା ଅନୁଯାୟୀ ତାଙ୍କର ମାଲିକ ତାଙ୍କୁ ଏପରି କିଛି ମୃତଲୋକଙ୍କ ହାଡ଼ ଆଣିବାକୁ କହିଥିଲେ ଯେଉଁମାନେ କୌଣସି ବେମାରୀରେ ପୀଡିତ ନହୋଇ ମୃତ୍ୟୁବରଣ କରିଥିବେ ।

ଏହାସହ ପଢନ୍ତୁ କୁତୁକୁତୁ କରିବା ଦ୍ୱାରା କାହିଁକି ଲାଗିଥାଏ ହସ, କଣ ଜାଣିଛନ୍ତି କି ଆପଣ ଏହା ପଛର ରହସ୍ୟ

ନିଜ ମାତାପିତାଙ୍କ ସହିତ ବ୍ୟକ୍ତି ଜଣକ ନିଜ ଚାଚାଙ୍କର କବର ମଧ୍ୟ ଖୋଳୁଥିଲେ । କାରଣ ତାଙ୍କର ମାଲିକ ଏଥିପାଇଁ ତାଙ୍କୁ ଏକ ବାଇକ ସହିତ ୩୦୦ ଡଲାର କ୍ୟାସ ମଧ୍ୟ ଦେବେ ବୋଲି କହିଥିଲେ । ପୋଲିସର କହିବା ଅନୁଯାୟୀ ଏହିଭଳି ଘଟଣା ଦିନକୁଦିନ ବଢ଼ିବାରେ ଲାଗିଛି । ୨୦୧୯ ମସିହାରୁ ଆଜିଯାଏଁ ଏପରି ପାଞ୍ଚୋଟି ଘଟଣା ଦେଖିବାକୁ ମିଳିଲାଣି । ସାରା ଦୁନିଆରେ ମଣିଷ ହାଡର ଚୋରି ବହୁ ସଂଖ୍ୟାରେ ହୋଇଥାଏ ଯଦିଓ ଏଥିପାଇଁ ପ୍ରାୟତଃ ସମସ୍ତ ଦେଶରେ କଠୋର ଦଣ୍ଡବିଧାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.