ଏହି ଦିନ ଠାରୁ ଦେଶରେ ବ୍ୟାନ୍‌ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌, ଜାଣନ୍ତୁ କି କି ଜିନିଷ ହେବ ବନ୍ଦ

୨୦୨୨ ମସିହା ବେଳକୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇଯିବ। ମୋଦି ସରକାର ଆସନ୍ତାବର୍ଷ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ କେନ୍ଦ୍ର ସରକାର ୨୦୨୨ ବେଳକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ କବଳରୁ ଦେଶକୁ ମୁକ୍ତ କରିବେ। ପରିବେଶ ମନ୍ତ୍ରାଳୟ ଜୁଲାଇ ୨୦୨୨ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ୍‌ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି। କେଉଁ କେଉଁ ଜିନିଷ ଦେଶରେ ବ୍ୟାନ୍‌ ହେବ ଏଥିରେ ସେ ସମ୍ପର୍କରେ ସୂଚନା ଦିଆଯାଇଛି।

ଏସବୁ ଜିନିଷ ହେବ ବ୍ୟାନ୍‌:

ଇୟର ବଡ୍ସ ଓ ପ୍ଲାଷ୍ଟିକ୍‌ ଷ୍ଟିକ୍‌

ବେଲୁନ୍‌ ବନ୍ଧା ଯାଉଥିବା ପ୍ଲାଷ୍ଟିକ୍‌ ଷ୍ଟିକ୍‌

ପ୍ଲାଷ୍ଟିକ୍‌ ପତାକା

ଚକୋଲେଟ୍‌ ଷ୍ଟିକ୍‌

ଆଇସ୍‌କ୍ରିମ୍‌ ଷ୍ଟିକ୍‌

ଥର୍ମୋକୁଲ

ପ୍ଲେଟ୍‌, କପ୍‌, ଗ୍ଲାସ, ଚାମଚ, ପ୍ଲାଷ୍ଟିକ୍‌ ବାସନ କୁସନ

ମିଠା ଡବା

ନିମନ୍ତ୍ରଣ କାର୍ଡ

ସିଗାରେଟ୍‌ ପ୍ୟାକେଟ୍‌

୧୦୦ ମାଇକ୍ରୋନ୍‌ରୁ କମ୍‌ ପ୍ଲାଷ୍ଟିକ୍‌ କିମ୍ବା ପିବିସି ବ୍ୟାନର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.