ଜେଟ୍‌ ଏୟାରୱେଜ୍‌ ଅଢ଼େଇ ବର୍ଷ ପରେ ପୁଣି ଭରିବ ଉଡ଼ାଣ, କ୍ଷତି ଯୋଗୁ ବନ୍ଦ ହୋଇ ଯାଇଥିଲା ଏୟାରଲାଇନ

ଜେଟ୍‌ ଏୟାରୱେଜ୍‌ ବିମାନ ଖୁବ୍‌ ଜଲ୍‌ଦି ବିମାନବନ୍ଦରର ରନେଓ୍ଵରୁ ପୁଣି ଉଡ଼ାଣ ଭରିବ। କମ୍ପାନୀ ମୁତାବକ, ଜେଟ୍‌ ଏୟାରେଓ୍ଵଜ୍‌ର ଫ୍ଲାଇଟ୍‌ ୨୦୨୨ର ପ୍ରଥମ ବିତ୍ତୀୟ ତ୍ରିମାସରୁ ଘରୋଇ ଉଡ଼ାଣ ଆରମ୍ଭ କରିବ। ଯେତେବେଳେ କି, ଛ’ମାସ ପରେ ଅନ୍ତର୍ଜାତୀୟ ଉଡ଼ାଣ ବି ଚାଲୁ କରାଯିବ। ଯଦିଓ ବର୍ତ୍ତମାନ ଏହି ବିଦେଶୀ ଉଡ଼ାଣ କମ୍‌ ଦୂରତାର ହିଁ ରହିବ। ଏୟାରଲାଇନର କହିବା ହେଲା, ସେ ଅଧିକାରୀମାନଙ୍କ ସହିତ ଉଡ଼ାଣର ସ୍ଲଟ୍‌ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରୁଛି। କମ୍ପାନୀ ଏକ ବୟାନରେ କହିଛି ଯେ ଉଡ଼ାଣଗୁଡ଼ିକର ସଞ୍ଚାଳନ ପାଇଁ ଏୟାର ଅପରେଟର ସାର୍ଟିଫିକେଟ୍‌ ପାଇବାର ପ୍ରକ୍ରିୟା ବି ଚାଲୁ ରହିଛି।

ୟୁଏଇର ବିଜନେସ୍‌ମ୍ୟାନ ମୁରାରୀ ଲାଲା ଜାଲାନ, ଲଣ୍ଡନର ଜାଲାନା କୋରଲକ୍‌ କନ୍‌ସର୍ଟିୟମ୍‌ର ଜଣେ ଅଗ୍ରଣୀ ସଦସ୍ୟ ଏବଂ ପ୍ରସ୍ତାବିତ ଜେଟ୍‌ ଏୟାରେଓ୍ଵଜର ନନ୍‌ ଏକ୍‌ଜିକ୍ୟୁଟିଭ୍‌ ସଦସ୍ୟ ଅଛନ୍ତି। ତାଙ୍କ କହିବା ହେଲା, ଆମ ଯୋଜନା ୩ ବର୍ଷରେ ୫୦ରୁ ଅଧିକ ବିମାନର ପରିଚାଳନା କରିଛି, ଯାହାକି ୫ ବର୍ଷରେ ୧୦୦ରୁ ଉପରେ ମଧ୍ୟ ପହଞ୍ଚିଯିବ। ଗ୍ରୁପ୍‌ର ଦୀର୍ଘ ଅବଧି ବ୍ୟବସାୟ ଲକ୍ଷ୍ୟ ରହିଛି। ଜାଲାନା କହିଛନ୍ତି, ବିମାନ ଚଳାଚଳ କ୍ଷେତ୍ରରେ ଏହା ଇତିହାସ ରଚିଛି କି, କୌଣସି କମ୍ପାନୀ, ଯାହା ଦୁଇ ବର୍ଷ ପୂର୍ବରୁ ବ୍ୟବସାୟ ବନ୍ଦ କରି ସାରିଛି, ତାହା ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ଆମେ ଏହି ଐତିହାସିକ ଉଡ଼ାଣର ଭାଗୀଦାର ହେବାକୁ ପ୍ରସ୍ତୁତ ଅଛୁ।

କହି ରଖୁଛୁ, ଦେଶର ବିମାନ ଚଳାଚଳ ଉଦ୍ଦ୍ୟୋଗ କରୋନା ମହାମାରୀ ଆସିବା ପରଠୁ ସଙ୍କଟ ପରିସ୍ଥିତିର ସାମ୍ନା କରୁଛି। ଲକ୍‌ଡାଉନ ସମୟରେ ଦୀର୍ଘଦିନ ପର୍ଯ୍ୟନ୍ତ ଉଡ଼ାଣ ସଞ୍ଚାଳନ ବନ୍ଦ ରହିଥିଲା। ପରେ ଧୀରେ ଧୀରେ ସୀମିତ ସଂଖ୍ୟାରେ ଉଡ଼ାଣ ଆରମ୍ଭ କରାଯାଇଥିଲା। ବିଦେଶୀ ଉଡ଼ାଣ ଉପରେ ବି ଅଧିକ ଅଙ୍କୁଶ ଲାଗିବାରୁ ଏୟାରଲାଇନର ପରିଚାଳନା ପ୍ରଭାବିତ ହୋଇଛି। ସୂଚନାଥାଉ କି, ନୂଆ ଅବତାର ପରେ ଜେଟ୍‌ ଏୟାରୱେଜ୍‌ର ମୁଖ୍ୟାଳୟ ଦିଲ୍ଲୀ-ଏନ୍‌ସିଆର ଏବଂ କର୍ପୋରେଟ୍‌ ଅଫିସ ଗୁରୁଗ୍ରାମରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.