ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର, ଜଳୁଥିବା ଫସଲକୁ ଲିଭାଇବା ପାଇଁ ନିଜେ ଭିଡିଲେ ଅଣ୍ଟା

ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର । କଂଗ୍ରେସ୍ ଗଡ ଅମେଠିରେ କିଛି ଏଭଳି ରୂପରେ ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଥାନୀୟ ଏକ ଗାଁରେ ନିଆଁ ଲାଗିଥିବା ସୂଚନା ପାଇ ନିର୍ବାଚନ ପ୍ରଚାର ଛାଡି ଘଟଣାସ୍ଥଳରେ ପହଂଚିଥିଲେ ସ୍ମୃତି । ଆଉ ପୁରା ମୋର୍ଚ୍ଚା ସମ୍ଭାଳିବାକୁ ଲାଗିଥିଲେ । ଏପରିକି ନିଜେ ହ୍ୟାଣ୍ଡପମ୍ପ୍ ମାରି ପାଣି ଭର୍ତ୍ତି କରିବାକୁ ଲାଗିଥିଲେ । ସ୍ମୃତିଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ।

ଖବର ଅନୁସାରେ, କଂଗ୍ରେସ୍ ଗଡ ଅମେଠିରେ ନିର୍ବାଚନ ପ୍ରଚାର କରୁଥିଲେ ସ୍ମୃତି ଇରାନୀ । ଏହି ସମୟରେ ସ୍ଥାନୀୟ ଗାଁର କ୍ଷେତରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଖବର ପାଇ ଅଧାରେ ନିର୍ବାଚନ ପ୍ରଚାର ରଖି ଘଟଣାସ୍ଥଳରେ ପହଂଚିଥିଲେ ସ୍ମୃତି । ଆଉ ନିଆଁ ଲିଭାଇବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିଥିଲେ । ଏପରିକି ଅଗ୍ନିଶମ ବିଭାଗ ପହଂଚିବା ପର୍ଯ୍ୟନ୍ତ ନିଜେ ହ୍ୟାଣ୍ଡପମ୍ପ୍ ମାରି ପାଣି ଭର୍ତ୍ତି କରିଥିଲେ ।

smritiଏହା ବ୍ୟତୀତ ଅମେଠିର ଏସଡିଏମଙ୍କୁ ଫୋନ୍ କରି ତତ୍କାଳ ଘଟଣାସ୍ଥଳରେ ପହଂଚି ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ବିଳମ୍ବ ହେବା ଦେଖି ଏସଡିଏମଙ୍କୁ ଗାଳି କରିବାକୁ ମଧ୍ୟ ପଛାଇ ନଥିଲେ ସ୍ମୃତି । କହିଥିଲେ, ପ୍ରଚାର ଅଟକାଇ କେନ୍ଦ୍ରମନ୍ତ୍ରୀଙ୍କୁ ଆସିବାକୁ ସମୟ ଅଛି ହେଲେ ଏସଡିଏମଙ୍କ ନିକଟରେ ସମୟ ନାହିଁ । ଲୋକମାନେ ମରୁଛନ୍ତି ଅଥଚ ଏସଡିଏମ୍ ଭିଆଇପି ସେବାରେ ଲାଗିଛନ୍ତି ।

ଅନ୍ୟପଟେ ନିଆଁରେ ସର୍ବହରା ହୋଇଯାଇଥିବା ମହିଳା ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.